28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକୃଷି ବିଲ୍ ବିରୋଧରେ ଆହୁରି ତୀବ୍ର ହେବ ଆନ୍ଦୋଳନ

କୃଷି ବିଲ୍ ବିରୋଧରେ ଆହୁରି ତୀବ୍ର ହେବ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ବିଲକୁ ନେଇ କେନ୍ଦ୍ର ସରକାର ଓ ଏବଂ ଚାଷୀମାନଙ୍କ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି । ଆଜି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସେମାନେ ଖାରଜ କରି ଦେଇଛନ୍ତି । ଏହାସହିତ କୃଷକ ସଂଗଠନର ନେତାମାନେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ସରକାର କୃଷି ବିଲକୁ ରଦ୍ଦ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏହାକୁ ତୀବ୍ରତର କରିବାକୁ ସେମାନେ ଚେତାବନୀ ଦେଇଛନ୍ତି । ଏଠାରେ କହିରଖୁଛୁ ଯେ, ଆଜି ସକାଳେ ସରକାର ଏକ ପ୍ରସ୍ତାବ ରଖିଥିଲେ, ଯେଉଁଥିରେ ଏମଏସପିକୁ ନେଇ ଗ୍ୟାରେଣ୍ଟି ସରକାର ଦେଇଥିଲେ । ଆଶା କରାଯାଉଥିଲା ଯେ, ସମାଧାନ ବାହାରିବ । ହେଲେ କୃଷକମାନେ ଏହାକୁ ଅସ୍ୱୀକାର କଲେ । ସରକାରଙ୍କଠାରୁ ପ୍ରସ୍ତାବ ମିଳିବା ପରେ କୃଷକ ନେତାମାନେ ସିନ୍ଧୁ ବର୍ଡରରେ ଏକ ବୈଠକ କରିଥିଲେ ଓ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ଆଗାମୀ ଯୋଜନା ସଂପର୍କରେ କହିଥିଲେ ।
ରିଲାଏନ୍ସ ପ୍ରଡକ୍ଟର ବହିଷ୍କାର ପାଇଁ ଘୋଷଣା
୧୪ ଡିସେମ୍ବରରେ ସାରା ଦେଶରେ ଧାରଣା
ଦିଲ୍ଲୀ ରାଜପଥ ହେବ ଜାମ୍‌
ଦିଲ୍ଲୀ-ଜୟପୁର, ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥକୁ ୧୨ ଡିସେମ୍ବରରେ ବନ୍ଦ କରାଯିବ
ସାରା ଦେଶରେ ଆନ୍ଦୋଳନ ହେବ ତୀବ୍ରତର
ସରକାରଙ୍କ ମନ୍ତ୍ରୀଙ୍କୁ ହେବ ଘେରାଉ
୧୪ ଡିସେମ୍ବରରେ ବିଜେପି ଅଫିସ ଘେରାଉ
କୃଷି ବିଲ ପ୍ରତ୍ୟାହୃତ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି
ଦିଲ୍ଲୀ ଓ ଆଖପାଖ ଅଂଚଳରେ ଦିଲ୍ଲୀ ଚଲୋ ହୁଙ୍କାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking