39.1 C
Bhubaneswar
Friday, April 26, 2024
Homeଓଡିଶାକରୋନାର କରୁଣ ଚିତ୍ର, ଶବକୁ ମିଳିଳାନି କାନ୍ଧ

କରୋନାର କରୁଣ ଚିତ୍ର, ଶବକୁ ମିଳିଳାନି କାନ୍ଧ

ଫିରିଙ୍ଗିଆ : ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ କରୋନା ତାହାର ପ୍ରାର୍ଦୁଭାବ ଦେଖାଇ ଚାଲିଛି । ଜିଲ୍ଲାରେ ଗୋଟିଏ ପଟେ ଗୋଟିଏ ମୁଣ୍ଡ ନେଉଛି କରୋନା । ଅପରପକ୍ଷରେ କରୋନା ଭୟରେ ମରିଯାଉଛି ମାନବିକତା । ପରିବାର ତଥା ପ୍ରିୟ ପରିଜନ ବି କରୋନା ଆଶଙ୍କାରେ ମୃତକଙ୍କ ଶବ ଛୁଉଁନାହାନ୍ତି । ବୁଧବାର ଅନ୍ୟଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସରକାରୀ ଭାବେ ଏହା ଘୋଷଣା କରାଯାଇନଥିଲେ ମଧ୍ୟ ମୃତ ବ୍ୟକ୍ତି ଜଣକ ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଅଞ୍ଚଳର ବୋଲି ଜଣାଯାଇଛି । ତାଙ୍କର ନିଜ ଘର ବନ୍ଧଗଡ଼ ହୋଇଥିବା ବେଳେ ଗତ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପରିବାର ସହିତ କ.ନୂଆଗାଁ ବ୍ଳକ ସାରଙ୍ଗଗଡ ଅଞ୍ଚଳରେ ରହିଆସୁଥିଲେ । ପେଶାରେ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଏକ ଘରୋଇ କମ୍ପାନୀରେ ସେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ କିଛି ଦିନ ହେଲା ତାଙ୍କର ଦେହ ଅସୁସ୍ଥ ହେବାରୁ ସେ ନିଜ ଗ୍ରାମ ବନ୍ଧଗଡ଼କୁ ଚାଲିଆସି ଘରେ ଚିକିତ୍ସିତ ହେଉଥିଲେ । ବୁଧବାର ଗୁରତର ହେବାରୁ ତାଙ୍କୁ ଫୁଲବାଣୀ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ । ଅନ୍ୟପଟେ ମୃତକଙ୍କ ଶବ ତାଙ୍କ ନିଜ ଗ୍ରାମ ବନ୍ଧଗଡ଼ରେ ପହଞ୍ଚିଯାଇଥିଲେ ମଧ୍ୟ ଶବକୁ ଚାରି କାନ୍ଧ ଦେବା ପାଇଁ ନିଜ ପରିବାର ଲୋକେ କିମ୍ବା ଅନ୍ୟ କେହି ଆସିନଥିଲେ । ବାଧ୍ୟ ହୋଇ ରାତି ପ୍ରାୟ ୨ ଟା ସମୟରେ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ନେତୃତ୍ୱରେ ବ୍ଲକର କିଛି କର୍ମଚାରୀଙ୍କ ସହ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରା, ତହସିଲଦାର ଦାୟିତ୍ୱରେ ଥିବା ଅଭିନାଶ କୁମାର ମାହାର, ଫିରିଙ୍ଗିଆ ଥାନା ଏଏସଆଇ ଉଦୟନାଥ ଆଚାର୍ଯ୍ୟଙ୍କ ସହ ଏକ ପୋଲିସ ଟିମ ଓ ସମାଜସେବୀ ପ୍ରକାଶ କୁମାର ରଣା ଏବଂ ରାଜ କୁମାର ଦାସ ପ୍ରମୁଖ ମୃତଦେହକୁ ନେଇ ଦାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking