29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଗାଜା ଉପରେ ଆକ୍ରମଣ : ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି, ୪୮୦ ଆହତ

ଗାଜା ଉପରେ ଆକ୍ରମଣ : ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି, ୪୮୦ ଆହତ

ଜେରୁଜେଲମ : ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଏବେ ଘମାଘୋଟ ଲଢ଼େଇ ଚାଲିଛି । ଗାଜାରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁଁ ଅନ୍ୟୂନ ୮୩ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲାବେଳେ ୪୮୦ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୭ଜଣ ଶିଶୁ ଓ ୭ଜଣ ମହିଳା ଅଛନ୍ତି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ୍‌ର ଜଣେ ଯବାନ ଗାଜାରେ ପାଟ୍ରୋଲିଂ କରୁଥିଲାବେଳେ ନିହତ ହୋଇଛନ୍ତି ଏବଂ ୬ଜଣ ନାଗରିକ ପ୍ରାଣ ହରାଇଛନ୍ତି । ଏଥିରେ ଦୁଇଜଣ ଶିଶୁ ଓ ଜଣେ ଭାରତୀୟ ଶ୍ରମିକ ରହିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ହମାସ୍‌ର ୧୦ଜଣ ଟପ୍ କମାଣ୍ଡର ନିହତ ହୋଇଛନ୍ତି । ଇତିମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ଜେ ବ୍ଲିଙ୍କେନ୍ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସାକ୍ଷାତ କରି ଇସ୍ରାଏଲ୍‌କୁ ଆମେରିକାର ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଛନ୍ତି । ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି, ଉଭୟ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଜନତାଙ୍କର ନିରାପଦରେ ବଞ୍ôଚବାର ଅଧିକାର ରହିଛି ।

ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ରେ ଗାଜା ସହରର ବହୁ ଅଟ୍ଟାଳିକା ଧ୍ୱଂସ ପାଇଯାଇଛି । ଏହାର ଦୃଶ୍ୟ ଇସ୍ରାଏଲ୍ ଟିଭି ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ, ଗତ ବୁଧବାର ସୁଦ୍ଧା ପାଲେଷ୍ଟାଇନ୍‌ର ଆତଙ୍କୀ ସଂଗଠନ ହମାସ୍ ଇସ୍ରାଏଲ ଉପରେ ୩,୦୦୦ ରକେଟ୍ ମାଡ଼ କରିଛି । ଏହାର ଜବାବରେ ଇସ୍ରାଏଲ୍ ତା’ର ସ୍ଥଳସେନା ବ୍ୟବହାର କରିନଥିଲେ ମଧ୍ୟ ଶକ୍ତିଶାଳୀ ବାୟୁସେନା ସାହାଯ୍ୟରେ ପାଲେଷ୍ଟାଇନ୍‌ର ବ୍ୟାପକ ଅଞ୍ଚଳ କ୍ଷେପଣାସ୍ତ୍ର ମାଡ଼କରି ଧ୍ୱଂସ କରିଦେଇଛି । ଇତିମଧ୍ୟରେ ଇଜିପ୍ଟର ଏକ ପ୍ରତିନିଧି ଦଳ ଅସ୍ତ୍ରବିରତି ଲାଗି ଆଲୋଚନା କରିବା ନିମନ୍ତେ ତେଲ ଆଭିଭରେ ପହଞ୍ôଚଛନ୍ତି । ଏହି ପ୍ରତିନିଧି ଦଳ ଇସ୍ରାଏଲ୍‌ର ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ସେମାନେ ପ୍ରଥମେ ଗାଜାଷ୍ଟ୍ରୀଟ୍‌କୁ ଯାଇ ହମାସ୍ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଇଜିପ୍ଟ ଇସ୍ରାଏଲ୍‌-ପାଲେଷ୍ଟାଇନ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆଗେଇ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking