38.1 C
Bhubaneswar
Friday, April 26, 2024
HomeUncategorizedକ୍ୱାରେଣ୍ଟାଇନ କେନ୍ଦ୍ରକୁ ଯାଇଥିବା ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ

କ୍ୱାରେଣ୍ଟାଇନ କେନ୍ଦ୍ରକୁ ଯାଇଥିବା ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ପଦରାୟଣାପୁରାରେ ପୋଲିସ ମାନଙ୍କ ଉପରକୁ ପୁଣି ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଲୋକେ । ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି । ଯେତେବେଳେ କିଛି ପୋଲିସ ଏକ କ୍ୱାରେଣ୍ଟାଇନ କେନ୍ଦ୍ରକୁ ୪୩ ଜଣ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ନେଇ ଯାଇଥିଲେ, ସେତେବେଳେ ସେମାନେ ଏହି ଆକ୍ରମଣର ଶିକାର ହୋଇଥିବା ମଙ୍ଗଳବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ତେବେ ଗିରଫ ହୋଇଥିବା ୧୨୬ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଯେଉଁମାନେ ପଜେଟିଭ ଥିଲେ ସେମାନେ ଖାଲି ସେଠାରେ ଏକ ଯୁଦ୍ଧ କ୍ଷେତ୍ର ଭଳି ପରିସ୍ଥିତି ସୃଷ୍ଟି କରିନଥିଲେ ବରଂ ପୋଲିସ ଗିରଫ କରିଥିବା ଅନ୍ୟମାନଙ୍କ ମଧ୍ୟରୁ କିଛି ରାମନଗର ଜେଲରେ ରହିଥିବା ବେଳେ ଜେଲ ଭିତରେ ବି ଜଣେ ପୋଲିସ ଅଧିକାରୀଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଏନେଇ ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ଟ୍ୱିଟ ଜରିଆରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking