25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଉମା ଭାରତୀଙ୍କ ବିବାଦୀୟ ବୟାନ : ବ୍ୟୁରୋକ୍ରାଟ୍‌ମାନେ ଆମର ଚପଲ ଉଠାଇବାକୁ ଯୋଗ୍ୟ

ଉମା ଭାରତୀଙ୍କ ବିବାଦୀୟ ବୟାନ : ବ୍ୟୁରୋକ୍ରାଟ୍‌ମାନେ ଆମର ଚପଲ ଉଠାଇବାକୁ ଯୋଗ୍ୟ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ସୋମବାର ପ୍ରଶାସନିକ ଅଧିକାରୀଙ୍କ (ବ୍ୟୁରୋକ୍ରାଟ୍‌) ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏଠାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ଉମା କହିଥିଲେ ଯେ ରାଜନେତାଙ୍କୁ ବ୍ୟୁରୋକ୍ରାଟ୍‌ମାନେ ନିୟନ୍ତ୍ରଣ କରିଥାନ୍ତି ବୋଲି ସାଧାରଣରେ ଯେଉଁ ଧାରଣା ଚାଲିଆସୁଛି, ତାହା ଆଦୌ ସତ୍ୟ ନୁହେଁ । ସେମାନେ କେବଳ ଆମର ଚପଲ ଉଠାଇବାକୁ ଯୋଗ୍ୟ ବୋଲି ଉମା କହିଛନ୍ତି ।

ଏହି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଉମାଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡିଛି । ପ୍ରଶାସକମାନେ ଆମ ଇଙ୍ଗିତରେ ପରିଚାଳିତ ହୋଇଥାନ୍ତି । ନିଜର ୧୧ ବର୍ଷର ମନ୍ତ୍ରିତ୍ୱ ସମୟର ଉଦାହରଣ ଦେଇ ଉମା କହିଛନ୍ତି ଯେ ରାଜନେତା/ମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ବ୍ୟୁରୋକ୍ରାଟ୍‌ମାନେ କୌଣସି ନିଷ୍ପତ୍ତି ନେଇନଥାନ୍ତି । ଆମେ ସେମାନଙ୍କୁ ବେତନ ଦେଇଥାଉ, ପୋଷ୍ଟିଂ କରିଥାଉ, ପଦୋନ୍ନତି ଦେଇଥାଉ କିମ୍ବା ଦୁର୍ନୀତିଗ୍ରସ୍ତ ପ୍ରମାଣିତ ହେଲେ, ଆମେ ସେମାନଙ୍କୁ ଦଣ୍ଡବିଧାନ କରିଥାଉ । ତେଣୁ ପ୍ରଶାସନିକ ଅଧିକାରୀଙ୍କ ଚୁଟି ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଥାଏ ବୋଲି ଉମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking