33.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରେମ ନେଉଛି ଜୀବନ : ‘ଲିଭ୍‌-ଇନ୍‌’ ଉଜାଡୁଛି ସମ୍ପର୍କ

ପ୍ରେମ ନେଉଛି ଜୀବନ : ‘ଲିଭ୍‌-ଇନ୍‌’ ଉଜାଡୁଛି ସମ୍ପର୍କ

ଭୁବନେଶ୍ୱର: ଆମେ ସବୁବେଳେ ଏକାଠି ରହିବା । ଦୁହେଁ ଦୁହିଁଙ୍କୁ କେବେ ଛାଡ଼ିବାନାହିଁ । ତୁମେ ମୋ ଧନ…ମୁଁ ତୁମ ସୁନା… । ନୂଆନୂଆ ପ୍ରେମରେ ପଡ଼ି ଏମିତି କିଛି କଥା ଦିଆନିଆ ହୁଅନ୍ତି ପ୍ରେମୀଯୁଗଳ । ପରେ ଶାରୀରିକ ସମ୍ପର୍କ! ଏହାର କେଇଦିନ ପରେ ଆରମ୍ଭ ହୁଏ ତିକ୍ତତା । ଏହି ତିକ୍ତକା ପ୍ରେମିକା/ପ୍ରେମିକକୁ ପାଗଳପ୍ରେମୀ ସଜାଇଦିଏ । ଏମିତିକି ନିଜ ପ୍ରେମକୁ ମାରିବାକୁ ମଧ୍ୟ ପଛାଏ ନାହିଁ । ଏଭଳି ପ୍ରେମସମ୍ପର୍କରୁ ଅନେକ ନିରୀହ ଜୀବନ ଚାଲିଯାଉଛି । ଏମିତିକି ବର୍ଷକୁ ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରେମସମ୍ପର୍କରୁ ତିକ୍ତତା ସୃଷ୍ଟି ହେବାରୁ ୨୦୨୦ମସିହାରେ ରାଜ୍ୟରେ ୫୯ଜଣଙ୍କୁ ହତ୍ୟା କରାଯାଇଛି । ଖାଲି ଏତିକି ନୁହେଁ ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଥିବା ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ପାଗଳ ପ୍ରେମୀମାନେ ମାତିଛନ୍ତି । ପ୍ରେମ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । କେତେବେଳେ ହତ୍ୟା ତ’ ପୁଣି କେବେ ମୁହଁକୁ ଏସିଡି ଫିଙ୍ଗି ଦେଉଛନ୍ତି । ବର୍ଷକୁ ବର୍ଷ ଏଭଳି କାଣ୍ଡ ବଢ଼ିବାରେ ଲାଗିଛି । ଦୀର୍ଘଦିନର ସମ୍ପର୍କ ପରେ ଯଦି ପ୍ରେମିକା ବାହାହେବାକୁ ମନା କରେ, ତା’ହେଲେ ପ୍ରେମିକ ରକ୍ତମୁଖା ହୋଇଯାଉଛି । ରାଜ୍ୟରେ ଗତ ୩ବର୍ଷ ହେବ ପ୍ରେମପାଇଁ ହତ୍ୟା ବଢ଼ିବାରେ ଲାଗିଛି । ୨୦୧୭ରେ ୫୪ଟି, ୨୦୧୮ରେ ୩୮ଟି ୨୦୧୯ରେ ୫୨ଟି ହତ୍ୟାକାଣ୍ଡ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, କେତେକ ଯୁବକ ପ୍ରେମସମ୍ପର୍କରେ ବିଫଳ ହେବାରୁ ନିଜର ମାନସିକ ଭାରସାମ୍ୟ ହରାଇ ଏମିତି କାଣ୍ଡ ଘଟାଉଥିବା ଜଣାପଡିଛି । ତେଣୁ ସେମାନଙ୍କୁ ଠିକ୍ ସମୟରେ କାଉନ୍‌ସେଲିଂର ଆବଶ୍ୟକତା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ଅଧିକାଂଶ ଯୁବକ-ଯୁବତୀ ପ୍ରେମସମ୍ପର୍କର କିଛିଦିନ ପରେ ଗୋଟିଏ ଘରେ ଏକାଠି ରହିବାକୁ ତଥା ‘ଲିଭ୍‌-ଇନ୍ ରିଲେସନ୍‌ସିପ୍‌’ରେ ରହିବାକୁ ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି । ପରେ ମନ ବୁଝିଯିବାରୁ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ସୃଷ୍ଟିହେଉଛି । ଯେହେତୁ ବିବାହ କରିନାହାନ୍ତି, ତେଣୁ ଦୁହେଁଦୁହିଁଙ୍କ ଠାରୁ ଅଲଗା ମଧ୍ୟ ହୋଇଯାଉଛନ୍ତି । ହେଲେ କେତେକ କ୍ଷେତ୍ରରେ ଯୁବକମାନେ ଏହାକୁ ସହ୍ୟ କରିପାରୁନାହାନ୍ତି । ତେଣୁ ସେମାନେ ପୁରୁଣାସ୍ମୃତିକୁ ମନେ ପକାଇ ପ୍ରତିଶୋଧ ନେଉଛନ୍ତି । ସେହିପରି ତ୍ରିକୋଣୀୟ ପ୍ରେମ ମଧ୍ୟ ବଡ଼ ସମସ୍ୟା ପାଲଟିଛି ।

ଜଣଙ୍କ ସହ ସମ୍ପର୍କରେ ଥିବାବେଳେ ଆଉଜଣଙ୍କ ସହ ମିଳାମିଶା କରିବାରୁ ପ୍ରେମସମ୍ପର୍କରେ ତିକ୍ତତା ଆରମ୍ଭ ହେଉଛି । ଏହି କାରଣରୁ ମଧ୍ୟ ହତ୍ୟାକାଣ୍ଡ ଘଟୁଥିବା ନଜର ଆସିଛି । ରାଜ୍ୟରେ ଗତ ୩ବର୍ଷ ହେବ ପ୍ରେମପାଇଁ ହତ୍ୟା ବଢ଼ିବାରେ ଲାଗିଛି । ୨୦୨୦ରେ ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଥିବାବେଳେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । ଉତ୍ତରପ୍ରଦେଶରେ ୨୦୨୦ରେ ୩୫୧ଜଣ ପ୍ରେମ ପାଇଁ ଜୀବନ ଦେଇଛନ୍ତି । ସେହିପରି ଦ୍ୱିତୀୟରେ ଥିବା ବିହାର ଓ ଗୁଜୁରାଟ୍‌ରେ ୧୭୦ଟି ଲେଖାଏଁ ହତ୍ୟାକାଣ୍ଡ ଘଟିଛି । ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ଏଠାରେ ପ୍ରେମ ପାଇଁ ୧୪୭ଟି ମୁଣ୍ଡଗଡ଼ିଛି । ସେହିପରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨୨ଟି ଓ ପଶ୍ଚିମବଙ୍ଗରେ ମାତ୍ର ୧୬ଟି ହତ୍ୟାକାଣ୍ଡ ଘଟିଛି । ହେଲେ ଦେଶର ରାଜଧାନୀ ଦିଲ୍ଳୀରେ ମାତ୍ର ୧୭ଟି ହତ୍ୟା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking