35.1 C
Bhubaneswar
Saturday, May 4, 2024
Homeଓଡିଶାତୃତୀୟଲହର ନେଇ କେନ୍ଦ୍ର-ରାଜ୍ୟ ଆଲୋଚନା

ତୃତୀୟଲହର ନେଇ କେନ୍ଦ୍ର-ରାଜ୍ୟ ଆଲୋଚନା

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟବିଭାଗ ରାଜ୍ୟ ସରକାରଗୁଡ଼ିକ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାବେଳେ କେନ୍ଦ୍ର ସରକାର ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ସମ୍ଭାବ୍ୟ ତୃତୀୟ ଲହର ନେଇ ସତର୍କ ରହିଥିବା ଜଣାଇଛନ୍ତି । ବିଶେଷକରି ଶିଶୁଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କିଭଳି କମିବ ତାହା ଦେଖିବାକୁ ପଡ଼ିବ । ତା’ପାଇଁ ଟିକାକରଣ ଓ ସର୍ଭିଲାନ୍ସ ଚାଲିଛି । ଶିଶୁଙ୍କ ଚିକିତ୍ସା ଉପରେ ଗୁରତ୍ୱ ଦିଆଯାଉଛି । ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ୍ ଓ ତାଲିମକୁ ପ୍ରାଥମିକତା ଦିଆଯାଇଛି । କଟକଣା ନ ମାନିଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହୁଛି । ତେଣୁ ଆମକୁ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବାକୁ ପଡ଼ିବ ଏବଂ ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking