27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ଗସ୍ତରେ ଯିବେ ବୋଲି ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଏହି ଅବସରରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର ୨୪ରେ ୱାଶିଂଟନରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ବୈଠକରେ ମଧ୍ୟ ମୋଦୀ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ କ୍ୱାଡ୍ ସଂଗଠନ ଗଠିତ ହୋଇଛି । ଏହାବ୍ୟତୀତ ସେ ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି । ମୋଦୀଙ୍କ ଏହି ଗସ୍ତ ପୂର୍ବରୁ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି । ଭାରତର ବିଦେଶ ସଚିବ ହର୍ଷ ସ୍ରିଙ୍ଗ୍‌ଲା ବର୍ତ୍ତମାନ ଆମେରିକାରେ ଅବସ୍ଥାନ କରୁଥିବାବେଳେ ମୋଦୀଙ୍କ ଗସ୍ତକୁ ସଫଳ କରିବା ନିମନ୍ତେ ବାଇଡେନ ପ୍ରଶାସନର ଏକାଧିକ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking