35.1 C
Bhubaneswar
Sunday, May 19, 2024
Homeଓଡିଶାନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଏକାମ୍ରବିହାରରୁ ଜଣେ ନବବିବାହିତଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଗଜପତି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଗୁରୁସିଂହ ଗ୍ରାମର ସରିତା ଗମାଙ୍ଗୋ(୧୯) । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ମୃତ ସରିତା ୮ ମାସ ହେବ ସାଲିଆସାହିର ଜଣେ ଯୁବକଙ୍କୁ ବିବାହ କରିଥିଲେ । ହେଲେ କୌଣସି କାରଣକୁ ନେଇ ସେ ସବୁବେଳେ ଚିନ୍ତିତ ଥିଲେ । ରବିବାର ବିଳମ୍ବିତ ରାତିରେ ସେ ଘରେ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ । ସୋମବାର ସକାଳେ ଏହାଦେଖି ଘରଲୋକ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ବିବାହ ପରେ ସରିତା ପାଠ ପଢ଼ିବାକୁ ଚାହିଁଥିଲେ । ହେଲେ ସାର୍ଟିଫିକେଟ ବାପ ଘରେ ରହିଥିଲା । ଘରଲୋକଙ୍କୁ ସାର୍ଟିଫିକେଟ୍ ମାଗିବାରୁ ସେମାନେ ଦେଇନଥିଲେ । ଯାହାକୁ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ ବୋଲି ଶାଶୂଘର ଲୋକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking