28.1 C
Bhubaneswar
Saturday, April 27, 2024
Homeଓଡିଶାଘରୋଇ ସ୍କୁଲ କୁ ନିୟନ୍ତ୍ରଣ ନିମନ୍ତେ ସରକାର ଆଇନି ଆଣନ୍ତୁ - ଆଇପା

ଘରୋଇ ସ୍କୁଲ କୁ ନିୟନ୍ତ୍ରଣ ନିମନ୍ତେ ସରକାର ଆଇନି ଆଣନ୍ତୁ – ଆଇପା

ଭୁବନେଶ୍ୱର : କୋଭିଡ 19 ମହାମାରୀ ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ଥିବା ସମୟରେ ଘରୋଇ ମାଲିକାନାରେ ଚାଲୁଥିବା ସ୍କୁଲ ମାନେ ଅନଲାଇନ ଶିକ୍ଷା ନାମରେ ରୋଜଗାର ହରାଇଥିବା ଅଭିଭାବକ ମାନଙ୍କଠାରୁ ଜୋର ଜବରଦସ୍ତ ସମ୍ପୂର୍ଣ୍ଣ ଫି ଆଦାୟ ଓ ମନ ଇଛା ସ୍କୁଲ ପରିଚାଳନା ଓ ଶୋଷଣ କରି ଚାଲୁଥିବା ବେଳେ ସରକାର ନିରଵଦ୍ରଷ୍ଟା ସାଜିଥିବାରୁ ସଂଗଠନ ର ଓଡିଶା ଶାଖା ତରଫରୁ ସ୍ଥାନୀୟ ରେଡ୍କ୍ରକ୍ରସ ଭବନ ଠ।ରେ ଆୟୋଜିତ କନଭେନସନ କୁ ଉଦ୍ଘାଟନ କରି କ୍ଷୋଭ ପ୍ରକାଶ କରିଛନ୍ତି ସର୍ବ ଭାରତୀୟ ଅଭିଭାବକ ସଙ୍ଘ ର ସଭାପତି ବରିଷ୍ଠ ଆଡଭୋକେଟ ଶ୍ରୀ ଅଶୋକ ଅଗ୍ରୱାଲ । ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ ନାୟକ ଓଡିଶା ଶିକ୍ଷା ଆଇନ 1969 ଓ ଶିକ୍ଷା ଅଧିକାର ଆଇନ 2009 ରେ ଥିବା ଘରୋଇ ସ୍କୁଲ କୁ ତଦାରଖ ନ କରି ମୁକ୍ତ ଭାବରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ଙ୍କୁ ଶୋଷଣ କରିବାକୁ ଛାଡ଼ିଦେଇଥିବାରୁ ଘୋର ନିନ୍ଦା କରିଛନ୍ତି ।ରାଜ୍ୟ ସରକାର ଙ୍କ ବିନା ଏନ ଓ ସି ରେ ରାଜ୍ୟରେ ହଜାର ହଜାର ଇଂରାଜି ମାଧ୍ୟମ ଓ ଓଡ଼ିଆ ମାଧ୍ୟମ ତଥା ଧାର୍ମିକ ଅନୁଷ୍ଠାନ ପରିଚାଳିତ ଘରୋଇ ବିଦ୍ୟାଳୟ ଖୋଲି ଯାଇଛି। ଗୁଣାତ୍ମକ ଶିକ୍ଷା ଦେଉଥିବା ବାହାନା ଦେଖାଇ ନିଜସ୍ୱ ଲାଭ ଖୋର ବେପାର ଚଳାଇଛନ୍ତି । ସେହି ସ୍କୁଲ ଗୁଡିକର ନିଜସ୍ୱ ସ୍କୁଲ କ୍ୟାମ୍ପସ ନାହିଁ, ଟ୍ରେଣ୍ଡ ଶିକ୍ଷକ ନାହାନ୍ତି, ଖେଳ ପଡିଆ ନାହିଁ, ଶିକ୍ଷା ଅଧିକାର ଆଇନ ରେ ଥିବା ଅଧିକାଂଶ ପ୍ରବଧାନ କୁ ପୂରଣ କରୁନଥିବା ଏହି ସଂସ୍ଥା ରାଜ୍ୟ ସାରା ଖୋଲି ଯାଇଛି। ସେମାନ ଙ୍କୁ ସରକାର ବନ୍ଦ ନକରି ସରକାରୀ ସ୍କୁଲ କୁ ବନ୍ଦ କରି ଚାଲିଛନ୍ତି ସରକାର ବୋଲି ତମାମ ରାଜ୍ୟରୁ ଯୋଗ ଦେଇଥିବା ଶତାଧିକ ଅଭିଭାକ ନେତା ମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଯୋଗ ଦେଇ ବିଶିଷ୍ଟ ଶିକ୍ଷକ ନେତା ଡ. ଅମୀୟ ମହାନ୍ତି, ଓପାଫ ର ରାଜ୍ୟ ସଭାପତି, ଆଇପା ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ଦାଶ, ଅକସ ଫାମ ର ରିଜିଓନାଲ ମ୍ୟାନେଜର ଶ୍ରୀ ଅକ୍ଷୟ କୁମାର, ଶ୍ରୀମତୀ ଡଲି ଦାସ, ଉଷାରଣୀ ବେହେରା, ଶ୍ରୀ ଦୁତିକୃଷ୍ଣ ନାୟକ, ଶ୍ରୀମତୀ ମିତାରାଣୀ ସାହୁ, ଆଡଭୋକେଟ ଲତାଶ୍ରୀ ପ୍ରମୁଖ ବକ୍ତବ୍ୟ ଦେଇ ତୁରନ୍ତ ରାଜ୍ୟରେ ଘରୋଇ ବିଦ୍ୟାଳୟ କୁ ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଆଇନି ଆଣନ୍ତୁ ବୋଲି ଦାବିକରିଛନ୍ତି। ତାସହିତ ସରକାରୀ ସ୍କୁଲ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷା ବଜେଟ ରେ 30 ଭାଗ ବେୟ ବରାଦ କରିବାକୁ ଦବିକରିଥିଲେ। ରାଜ୍ୟରେ ଏହି ଦାବିରେ ଏକ ଦୃଢ ଅଭିଭାବକ ଓ ଶିକ୍ଷା ଆନ୍ଦୋଳନ ଗଢିତୋଳିବାକୁ ଆଇପା ଆଗାମୀ ଦିନରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ ସାଙ୍ଗଠନିକ ସମିଳନୀ ସେସ କରାଜୀବ ବୋଲି ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ନାୟକ ଜଣାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking