39.1 C
Bhubaneswar
Friday, April 26, 2024
Homeଓଡିଶାବିରଜା ମେମୋରିଆଲ ଆସୋସିଏସନ ପକ୍ଷରୁ ୟଙ୍ଗଷ୍ଟାର କ୍ରିକେଟ କ୍ଳବର ସିଜନ ଟୁ ଉଦଯାପିତ

ବିରଜା ମେମୋରିଆଲ ଆସୋସିଏସନ ପକ୍ଷରୁ ୟଙ୍ଗଷ୍ଟାର କ୍ରିକେଟ କ୍ଳବର ସିଜନ ଟୁ ଉଦଯାପିତ

 

ଯାଜପୁର: ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ବରିକୂଳସ୍ଥିତ ବରେଇଁ ପଡ଼ିଆଠାରେ ୟଙ୍ଗଷ୍ଟାର କ୍ରିକେଟ କ୍ଳବର ବିରଜା ମେମୋରିଆଲ ଆସୋସିଏସନ ପକ୍ଷରୁ ସିଜନ ଟୁ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତିମଧ୍ୟରେ ଉଦ୍ଜାପିତ ହୋଇଯାଇଅଛି।ଏହି ଉଦଯାପନ ଉତ୍ସବରେ ବର୍ଷିଆନ ଯୁବସଙ୍ଗଠକ ଆଦର୍ଶ ନେତା ତଥା ବିତନା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମହେଶ୍ବର ରାଉତ ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,ଅନ୍ୟତମ ଅତିଥି ଭାବରେ ଯୁବ ସଙ୍ଗଠକ ଶ୍ରୀଯୁକ୍ତ ମୁରଲୀଧର ରାଉତ,ରବୀନ୍ଦ୍ର ଧଳ, ରଞ୍ଜନ ଦାସ, ଅମ୍ବୁଜା ଦାସ,ଦର୍ପଣରାୟଣ ଦାସ,ଶ୍ୟାମସୁନ୍ଦର ବାରିକ,ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ପ୍ରମୁଖ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ କ୍ରିକେଟ କ୍ଳବର ସଭାପତି ମନ୍ମଥ ଦାସ,ସମ୍ପାଦକ ସୁରେନ୍ଦ୍ର ଦାଶ,ରାଜେଶ ରାଉତ, ପ୍ରିୟବ୍ରତ ଦାସ,ଦୀପକ ଦାସ,ବାଦଲ ଜେନା,ମନୋଜ ସ୍ବାଇଁ, ଲତିବ କୁମାର ଓଝା, ଶ୍ରୀଧର ଓଝା,ସ୍ୱାଧୀନ ରାଉତ,ଅନିଲ ,ଅଜୟ,ଗୁଡୁ,ପୁଣ୍ୟବିତ,ଗୁଳୁଲ ପ୍ରମୁଖ ପରିଚାଳନା କରିଥିବାବେଳେ ଏଥିରେ ୧୬ଗୋଟି ଦଳ ଭାଗ ନେଇଥିଲେ।ଶେଷରେ ଯାଜପୁରର ଡ୍ରେମ ଇଲେଭେନ କ୍ରିକେଟ କ୍ଳବକୁ ବିଜେତା କ୍ଳବ ଭାବେ ଘୋଷଣା କରାଯିବା ସହ କୁଆଁରପୁର କ୍ରିକେଟ କ୍ଳବକୁ ରନର୍ସ କ୍ଳବ ଭାବରେ ଘୋଷଣା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking