38.1 C
Bhubaneswar
Friday, April 26, 2024
Homeଓଡିଶାମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ବ୍ରହ୍ମପୁର,ମହାତ୍ମା ଗାନ୍ଧୀ ଶହୀଦ ଦିବସରେ ଆଜି ବ୍ରହ୍ମପୁର ସହରର ବୁଦ୍ଧିଜୀବୀବର୍ଗ ସ୍ଥାନୀୟ ଗାନ୍ଧିନଗର ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ବିଶିଷ୍ଟ ସାହିତ୍ୟିକ ଜେମସ ଡବ୍ଲୁ ଡଗଲାସ ଙ୍କ ଲିଖିତ *”ଗାନ୍ଧୀ ହତ୍ୟାର ଅକୁହା କଥା “* ପୁସ୍ତକଟି ସର୍ବସାଧାରଣରେ ପଢି ଆଲୋଚନା କରିଥିଲେ l ଦେଶର ସମସ୍ତ ବର୍ଗର ଜନଗଣ ଗାନ୍ଧିଜୀଙ୍କ ନେତୃତ୍ୱକୁ ସ୍ୱୀକାର କରି ଏକକ ସୂତ୍ରରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଉଥିବାବେଳେ ଦେଶର ମୌଳବାଦୀ ସାମ୍ପ୍ରଦାୟିକ ଦଳ ମାନେ ଗାନ୍ଧିଜୀଙ୍କୁ ହତ୍ୟା କରିବାକୁ ଅନେକ ଥର ହିନପ୍ରୟାସ କରିଥିଲେ l ଦେଶର ସlର୍ବଭୌମତ୍ୱ,ଭାତୃତ୍ୱଭାବ, ଗଣତନ୍ତ୍ର, ଧର୍ମନିରପେକ୍ଷତାକୁ ଧ୍ବଂସ କରିଦେବାର ଅପଚେଷ୍ଟାକୁ କାର୍ଯ୍ୟକାରୀ କରିବାପାଇଁ ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କୁ ହତ୍ୟା କରାଗଲା l ସେହିଭଳି ଆଜି କୃଷକ ଆନ୍ଦୋଳନ କୁ ବଦନାମ କରିବାପାଇଁ ସରକାରୀକଳର ଷଡଯନ୍ତ୍ରକୁ ଦେଶର ପ୍ରତ୍ୟେକ ଜନଗଣ ବୁଝିବା ଆବଶ୍ୟକ l ଆଦାନୀ, ଆମ୍ବାନୀ ଭଳି କର୍ପୋରେଟ ଙ୍କ ସ୍ୱାର୍ଥ ପାଇଁ ଦେଶବିରୋଧୀ କୃଷି ଆଇନକୁ ଜନଗଣଙ୍କ ଉପରେ ଲଦିଦେବାକୁ ବସିଛି କେନ୍ଦ୍ର ସରକାର l ଏହି ନିର୍ଣ୍ଣାୟକ ଲଢେଇକୁ ଶକ୍ତିଶାଳୀ କରିବାପାଇଁ ଆଜିର ଏହି ଗାନ୍ଧିଜୀ ସହୀଦ ଦିବସ ପାଳନ ଅବସରରେ ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ l ଆଇନଜୀବୀ ଅବନୀ ଗୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମାନବବାଦୀ ହେତୁବାଦୀ ସଂଗଠନର କେ. ନନ୍ଦେସୁ ସେନାପତି, ପୂଜ୍ୟ ପୂଜା ସମିତିର ବଂଶୀଧର ଭୂୟାଁ, ସମାଜସେବୀ ପ୍ରଦୀପ କୁମାର ସାହୁ, ଆଇନଜୀବୀ ପ୍ରଦୀପ କୁମାର ବେହେରା, ସୁରେନ୍ଦ୍ରନାଥ ପଣ୍ଡା,ଏମ. ଭେଙ୍କଟ ରାମଣା,ବିଜୟ ଚନ୍ଦ୍ର ବିଶୋଇ, ଗଗନ ମଲ୍ଲିକ,ଏସ. ଶାମ୍ବାଶିବା ରାଓ,ଏସ. କେଶବ ଲିଙ୍ଗମ, ସମାଜସେବୀ ପ୍ରଭାକର ସାହୁ, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking