31.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମଧ୍ୟ-ପୂର୍ବରେ ଘନଉଛି ବିବାଦ; ବିମାନ କମ୍ପାନୀକୁ ମନ୍ତ୍ରାଳୟ କଲା ସତର୍କ

ମଧ୍ୟ-ପୂର୍ବରେ ଘନଉଛି ବିବାଦ; ବିମାନ କମ୍ପାନୀକୁ ମନ୍ତ୍ରାଳୟ କଲା ସତର୍କ

ନୂଆଦିଲ୍ଲୀ: ମଧ୍ୟ ପୂର୍ବ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି । ଏହି ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଜ ସ୍ତରରେ ବିପଦର ମୂଲ୍ୟାଙ୍କନ ବା ଆକଳନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲୁଥିବାରୁ ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀଗୁଡ଼ିକ ପଶ୍ଚିମ ଦିଗକୁ ବିକଳ୍ପ ମାର୍ଗ ଭାବେ ବାଛିଛନ୍ତି । ଡିଜିସିଏ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଜଡିତ ଇରାନର ଆକାଶ ମାର୍ଗର ସୀମାରେ ଉଡ଼ାଣକୁ ଏଡ଼ାଇଛନ୍ତି ।

ଡିଜିସିଏ ସଚିବ ବୁମଲୁନମାଙ୍ଗ ବୁୱାଲନାମ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ” ଡିଜିସିଏ ବିମାନ କମ୍ପାନୀଗୁଡ଼ିକର ଯୋଗାଯୋଗରେ ରହିଛି । ଅନ୍ତର୍ଜାତୀୟ ଉଡାଣ ସମୟରେ ବିପଦକୁ ନିଜ ସ୍ତରରେ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି । ଏୟାର ଇଣ୍ଡିଆକୁ ଅନ୍ତର୍ଜାତୀୟ ଉଡାଣ ଭରିବା ଲାଗି ଅନେକ ବିକଳ୍ପ ଉଡାଣ ମାର୍ଗ ପ୍ରଦାନ କରାଯାଇଛି । ଭିସ୍ତାରା ମଧ୍ୟ ଏହି ବିବାଦ ଯୋଗୁଁ କିଛି ଆକାଶ ମାର୍ଗରେ ପରିବର୍ତ୍ତନ କରିଛି । ଏପରିକି ଏୟାର ଇଣ୍ଡିଆ ଟେଲ ଆଭିଭକୁ ଉଡ଼ାଣ ବାତିଲ କରିଛି ।

ବିକଳ୍ପ ରାସ୍ତା ବାଛିଥିବାରୁ କିଛି ଏୟାର ଲାଇନ୍ସର ଉଡାଣ ସମୟ ପ୍ରାୟ ଅଧ ଘଣ୍ଟା ବୃଦ୍ଧି ପାଇଛି । ସୁପ୍ରିୟୋ ବାନାର୍ଜୀ କହିଛନ୍ତି, “ବିଜନେସ ଏୟାରଲାଇନ୍ସଗୁଡ଼ିକ ନୋ-ଫ୍ଲାଏ ନିୟମ ପାଳନ କରିବା ଲାଗି ଲମ୍ବା ରାସ୍ତା ବାଛିବାକୁ ବାଧ୍ୟ ହେଉଛନ୍ତି । ଯେଉଁଥିରେ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଉଛି । ଯଦି ଏହିପରି ଭାବରେ ଯୁଦ୍ଧ ସମ୍ଭାବନା ଲାଗି ରହେ, ତେବେ ଆଗାମୀ ଛୁଟି ଦିନରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ପ୍ରଭାବିତ ହେବ । ସୂଚନା ଥାଉ କି ଏପ୍ରିଲ ପହିଲାରେ ସିରିୟା ରାଜଧାନୀ ଡୋମାସକ୍ସରେ ଥିବା ଇରାନୀୟ ଦୂତାବାସ ଉପରେ ଇସ୍ରାଏଲ ଫୋର୍ସ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଇରାନ ସେନା କିଛି ଯବାନ ଓ ଅନ୍ୟ ଇରାନୀୟ କୂଟନୈତିକ ରହିଥିଲେ । ଏହାକୁ ଇରାନ ଗମ୍ଭୀରତାର ସହ ନେଇ ଇସ୍ରାଏଲକୁ ଦଣ୍ଡ ମିଳିବ ବୋଲି କହିଥିଲା । ଏପ୍ରିଲ ୧୩ ତାରିଖରେ ଆରବ ସାଗରରେ ଏକ ଇସ୍ରାଏଲୀ ଜାହାଜକୁ ଇରାନ ସେନା ଜବତ କରିଥିଲା । ଏହାପରେ ଇରାନ ଉତ୍ତର-ଇସ୍ରାଏଲ ଅଞ୍ଚଳରେ ଶତାଧିକ ରକେଟ ଓ ଡ୍ରୋନ ମାଡ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking