34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଚଣ୍ଡାଶୋକରୁ ଧର୍ମାଶୋକ: ତିହାର ଜେଲର ୭୦୦ କଏଦୀଙ୍କୁ ମିଳିଲା ଚାକିରି

ଚଣ୍ଡାଶୋକରୁ ଧର୍ମାଶୋକ: ତିହାର ଜେଲର ୭୦୦ କଏଦୀଙ୍କୁ ମିଳିଲା ଚାକିରି

ନୂଆଦିଲ୍ଲୀ: ବଦଳୁଛନ୍ତି ଜାତୀୟ ରାଜଧାନୀ ତିହାର ଜେଲର କଏଦୀ । ଅପରାଧିକ କ୍ଷେତ୍ରରୁ ନିବୃତ୍ତ ହୋଇ ଏବେ ସମାଜର ମୁଖ୍ୟସ୍ରୋତର ନିଜକୁ ସାମିଲ କରିଛନ୍ତି । ଜେଲରେ ପାଠ ପଢି ନିଜକୁ କରିପାରିଛନ୍ତି ଯୋଗ୍ୟ । ଅପରାଧ କରି ଯେଉଁ ଅପବାଦ ମୁଣ୍ଡାଇଥିଲେ, ଏବେ କୃତକାର୍ଯ୍ୟ ହୋଇ ସଭିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିୱାଲଙ୍କ ସୂଚନା ଅନୁସାରେ ଜେଲର ୭୦୦ କଏଦୀଙ୍କୁ ଚାକିରି ମିଳିଥିବା ବେଳେ ଆଉ ୧୨୦୦ ଜଣ କଏଦୀ ଖୁବଶୀଘ୍ର ନିଯୁକ୍ତି ପାଇବାକୁ ଯାଉଛନ୍ତି । ଜେଲ ପକ୍ଷରୁ ‘କଏଦୀ କୌଶଳ ବିକାଶ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଯାହାକି ବହୁ ସଫଳତା ହାସଲ କରିଛି ।

କାରଣ ଜେଲର ୭୦୦ କଏଦୀଙ୍କୁ ମିଳିଛି ଚାକିରି । ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ସଞ୍ଜୟ କହିଛନ୍ତି ଯେ ସେ ଚାକିରି ପାଇଥିବା କଏଦୀଙ୍କୁ ଦେଖି ବେଶ ଆନନ୍ଦିତ । ବୈନିବାଲ ୨୦୨୨ରୁ ଜେଲରେ ଡିଜି ଭାବେ ଦାୟିତ୍ୱରେ ଅଛନ୍ତି । ନିଜ କାର୍ଯ୍ୟକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ, ଆମେ ସହରି ବିକାଶ ମନ୍ତ୍ରାଳୟ ସହାୟତାରେ କଏଦୀ କୌଶଳ ବିକାଶ ଅଭିଯାନ ଆରମ୍ଭ କରିଥିଲୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୭୦୦ କଏଦୀ ହୋଟେଲ ଉଦ୍ୟୋଗରେ ଚାକିରି କରୁଛନ୍ତି । ସେହିପରି ୧୨୦୦ କଏଦୀ ହସ୍ପିଟାଲରେ ଚାକିରି କରିବା ଲାଗି ଏବେ ତାଲିମ ନେଉଛନ୍ତି । ଜେଲ ଅଧିକାରୀଙ୍କ କହିବାନୁସାରେ, ଜେଲ ଭିତରେ କଏଦୀଙ୍କୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ ହୋଇଥିଲା । ବେନିୱାଲ କହିଛନ୍ତି ଯେ କୌଶଳ ପ୍ରଦାନ କରିବା ଏବଂ କଏଦୀଙ୍କୁ ସଶକ୍ତ କରିବା ହେଉଛି ଏପରି ଏକ ପ୍ରୟାସ ଯାହା ସେମାନଙ୍କୁ ଯୋଗ୍ୟ କରିଥାଏ । ଯେତେବେଳେ ସେମାନେ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ ଏବଂ ବାହାରେ କାମ କରିବା ପାଇଁ ଚିଠି ପ୍ରଦାନ କରିଥିଲେ, ସେତେବେଳେ ସେ ବେଶ ଖୁସି ଅନୁଭବ କରିଥିବା କହିଥିଲେ । ତିହାର ଜେଲରେ ବୃଦ୍ଧି ପାଉଥିବା କଏଦୀଙ୍କ ସଂଖ୍ୟା ଉପରେ ସେ କହିଛନ୍ତି ଯେ ୧୦,୦୦୦ କ୍ଷମତା ଥିବା ବେଳେ ୨୦,୦୦୦ କଏଦୀ ଅଛନ୍ତି । ଅଧିକ ଜେଲ ନିର୍ମାଣ ଏହାର ସମାଧାନ ନୁହେଁ । ଦିଲ୍ଲୀରେ ତିନୋଟି ଜେଲ କମ୍ପେ୍ଲକ୍ସ ଅଛି – ତିହାର, ରୋହିଣୀ ଏବଂ ମଣ୍ଡୋଲି । ଏଗୁଡ଼ିକରେ କେନ୍ଦ୍ରୀୟ ଜେଲ ଅନ୍ତର୍ଭୁକ୍ତ । ବେନିୱାଲ ଆହୁରି କହିଛନ୍ତି, ଜେଲରେ ବନ୍ଦୀ ଥିବା କଏଦୀଙ୍କ ଭାବନା ଓ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଲାଗି ବହୁତ କିଛି କରାଯାଉଛି । କଏଦୀଙ୍କ ଲାଗି ଆଧ୍ୟାତ୍ମିକତା ପାଠ୍ୟକ୍ରମ, ଧ୍ୟାନ ଅଭ୍ୟାସ କରାଯାଉଛି । ଧିରେ ଧିରେ ସେମାନେ ନିଜର ଅପରାଧକୁ ନେଇ ଦୁଃଖ ପ୍ରକାଶ କରିଥାନ୍ତି ଆଗକୁ ଏପରି କାର୍ଯ୍ୟରୁ ଲିପ୍ତ ରହିବେ ବୋଲି କୁହନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking