29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପ୍ରସିଦ୍ଧ ୟୁଟ୍ୟୁବର ଅଭ୍ରଦୀପ ଶାହା ଓରଫ ଆଙ୍ଗ୍ରୀ ରାଣ୍ଟମ୍ୟାନଙ୍କ ପରଲୋକ

ପ୍ରସିଦ୍ଧ ୟୁଟ୍ୟୁବର ଅଭ୍ରଦୀପ ଶାହା ଓରଫ ଆଙ୍ଗ୍ରୀ ରାଣ୍ଟମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର୍ ଏବଂ ସୋସିଆଲ୍ ମିଡିଆର ଜଣାଶୁଣା ଚେହେରା ଅଭ୍ରଦୀପ ଶାହା ଓରଫ ଆଙ୍ଗ୍ରୀ ରାଣ୍ଟମ୍ୟାନଙ୍କ ଦେହାନ୍ତ ହୋଇଛି । ୧୬ ଏପ୍ରିଲ ରାତିରେ ଏହି ୟୁଟ୍ୟୁବଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ହୋଇଛି । ୟୁଟ୍ୟୁବରଙ୍କ ହଠାତ୍ ଦେହାନ୍ତ ଖବର ପରିବାର ଏବଂ ଫ୍ୟାନ୍ସ ସମସ୍ତଙ୍କୁ ଚକିତ କରିଛି ।

ସୋସିଆଲ ମିଡିଆରେ ୟୁଟ୍ୟୁବରଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ଏବଂ ତାଙ୍କ ଦେହାନ୍ତରେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଗତ ମାସରେ ଏକ ବଡ ଅପରେସନ୍ ହେତୁ ୟୁଟ୍ୟୁବରକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ୟୁଟ୍ୟୁବର୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଥିଲେ । ଏଥିସହ ଗତ ତିନି ଦିନ ତଳେ ୟୁଟ୍ୟୁବର୍ ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିଥିଲେ ।

ସେ କହିଥିଲେ ଯେ ତାଙ୍କର ଅବସ୍ଥା ଗୁରୁତର ଅଛି, ଦୟାକରି ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ, ଆପଣଙ୍କର ପ୍ରିୟ ଅଭ୍ରଦୀପ ଶାହା । କୁହାଯାଉଛି ଯେ ଅସ୍ତ୍ରୋପଚାର ପରେ ସେ ଭେଣ୍ଟିଲେଟରରେ ଥିଲେ ଏବଂ ୧୬ ଏପ୍ରିଲ ରାତିରେ ୟୁଟ୍ୟୁବରଙ୍କ ଆଖି ବୁଜିଥିବା କୁହାଯାଉଛି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking