32.1 C
Bhubaneswar
Friday, April 26, 2024
Homeଓଡିଶାମାଲକାନଗିରି ନୂତନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମୋଟୁ ଗସ୍ତ  

ମାଲକାନଗିରି ନୂତନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମୋଟୁ ଗସ୍ତ  

ମାଲକାନଗିରି : ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଶାଲ ସିଂ ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଜିଲ୍ଲାର ସୀମାବର୍ତି ଅଞ୍ଚଳ ମୋଟୁ ଗସ୍ତ କରି ସ୍ଥିତି ସମିକ୍ଷା କରିଛନ୍ତି । ସେ ପ୍ରଥମେ ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ ଅନ୍ୟ ରାଜ୍ୟରୁ କେନ୍ଦ୍ରରେ ନିୟୋଜିତ ଅଧିକାରୀ ମାନଙ୍କ ସହ ପ୍ରବାସୀଙ୍କ ପାଇଁ କରାଯାଇଥିବା ସୁବିଧା ସୁଯୋଗ ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୋଟୁ ସ୍ଥିତ ମୁଗି ପଏଂଟକୁ ଗସ୍ତ କରି ସେଠାକାର ମଧୁସୂଦନ ପାର୍କର ଉନ୍ନତି କରଣ କରାଯାଇ ପାରିବ ଏବଂ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ସହ ଆଲୋଚନା କରିବା ପରେ ମୋଟୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରିଥିଲେ । ସେଠାରେ ଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମସ୍ୟା ଗୁଡିକର କିଭଳି ରୂପେ ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ । ଏହାବ୍ୟତିତ ଛତିଶଗଡ ସରକାର ପକ୍ଷରୁ ନିର୍ମାଣଧିନ ଥିବା କୋଣ୍ଟା ଏବଂ ମୋଟୁକୁ ସଂଯୋଗ କରୁଥିବା ପୋଲର ନିର୍ମାଣ ସ୍ଥଳ ବୁଲି କାର୍ଯ୍ୟର ସମୀକ୍ଷା କରିଥିଲେ । ତେବେ ଗତ କାଲି ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଜିଲ୍ଲାପାଳଙ୍କର ଏହା ପ୍ରଥମ ମୋଟୁ ଅଞ୍ଚଳର ଉନ୍ନତି ନେଇ ମୋଟୁ ଅଞ୍ଚଳବାସୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର ହୋଇଛି । ଏହି ଗସ୍ତ ସମୟରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ମଧ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ମୋଟୁ ତହସିଲ୍‌ଦାର ଶଶାଙ୍କ ଶେଖର ମିଶ୍ର , କାଲିମେଳା ବିଡିଓ ଉମା ଶଙ୍କର ଦଳାଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking