28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶତେଲୁଗୁ ଭାଷାରେ ସିଜେଆଇଙ୍କ ମଧ୍ୟସ୍ଥତା: ୨୧ ବର୍ଷ ପରେ ଦମ୍ପତିଙ୍କ ପୁନର୍ମିଳନ

ତେଲୁଗୁ ଭାଷାରେ ସିଜେଆଇଙ୍କ ମଧ୍ୟସ୍ଥତା: ୨୧ ବର୍ଷ ପରେ ଦମ୍ପତିଙ୍କ ପୁନର୍ମିଳନ

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟରେ ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦେଶର ପ୍ରଧାନ ବିଚାରପଚି (ସିଜେଆଇ) ଏନ୍‌ଭି ରମନା ପରମ୍ପରାରୁ ହଟି ତେଲୁଗୁ ଭାଷା ବ୍ୟବହାର କରିଥିଲେ । ଇଂରାଜୀ ବୁଝୁନଥିବା ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କୁ ତେଲୁଗୁରେ ବୁଝାଇ ପ୍ରଧାନ ବିଚାରପତି ସେମାନଙ୍କ ମଧ୍ୟରେ ବୁଝାମଣା କରାଇଥିଲେ । ଫଳରେ ୨୧ ବର୍ଷ ଧରି ପରସ୍ପରଠାରୁ ଅଲଗା ରହୁଥିବା ପତି-ପତ୍ନୀଙ୍କ ମଧ୍ୟରେ ପୁନର୍ମିଳନ ସମ୍ଭବ ହୋଇଥିଲା । ଏହା ସହିତ ଯୌତୁକ ନିର୍ଯାତନା ମାମଲାରେ ପତିଙ୍କ ଜେଲ୍ ଅବଧି ବୃଦ୍ଧି ପାଇଁ ପତ୍ନୀ କରିଥିବା ଆବେଦନକୁ ମଧ୍ୟ ଫେରାଇ ନେଇଥିଲେ । ଏହି ମାମଲାଟି ପ୍ରଧାନ ବିଚାରପତିଙ୍କ ବେଞ୍ଚ୍‌କୁ ଆସିଥିଲା, ଯେଉଁଥିରେ ବିଚାରପତି ସୂର୍ଯ୍ୟ କାନ୍ତ ଓ ବିଚାରପତି ଏଏସ୍ ବୋପାନ୍ନା ମଧ୍ୟ ସାମିଲ ଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥିବା ଏହି ଶୁଣାଣି ଅବସରରେ ପତି-ପତ୍ନୀଙ୍କ ମଧ୍ୟରେ ବୁଝାମଣା ପାଇଁ କୋର୍ଟ ପକ୍ଷରୁ ବିଶେଷ ଉଦ୍ୟମ କରାଯାଇଥିଲା ।

ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଅଫିସିଆଲ୍ ଭାଷା ଇଂରାଜୀ ବୁଝିବା ଓ କହିବାରେ ଅସୁବିଧା ଦେଖି ସିଜେଆଇ ତେଲୁଗୁ ଭାଷାରେ କଥାବାର୍ତ୍ତା କରିଥିଲେ ଏବଂ ସାଥୀ ବିଚାରପତିଙ୍କୁ ଏହା ମଧ୍ୟ ବୁଝାଇଥିଲେ । କୋର୍ଟ ମହିଳାଙ୍କୁ କହିଥିଲେ, ଯଦି ତାଙ୍କ ପତି ଜେଲ୍ ଯାଆନ୍ତି ତେବେ ତାଙ୍କୁ ମିଳୁଥିବା ମାସିକ କ୍ଷତିପୂରଣ ବନ୍ଦ ହୋଇଯିବ । କାରଣ ଜେଲ୍ ଗଲେ ତାଙ୍କ ପତିଙ୍କ ଚାକିରି ଚାଲିଯିବ । ସମ୍ପୃକ୍ତ ବ୍ୟକ୍ତି ଗୁଣ୍ଟୁର ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ସରକାର ରାଜସ୍ୱ ବିଭାଗରେ କାର୍ଯ୍ୟ କରୁଛନ୍ତି । ମହିଳା ଜଣକ ସିଜେଆଇଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ପରେ ପତିଙ୍କ ସହ ରହିବା ପାଇଁ ରାଜି ହୋଇଥିଲେ । ତେବେ ତାଙ୍କ ପତି ଯେପରି ତାଙ୍କର ଏବଂ ତାଙ୍କ ପୁଅର ଠିକ୍ ଭାବେ ଯତ୍ନ ନିଅନ୍ତି ସେ ସମ୍ପର୍କରେ କୋର୍ଟଙ୍କ ନିକଟରେ ସର୍ତ୍ତ ରଖିଥିଲେ । ଉଭୟ ଏକାଠି ରହିବାକୁ ଚାହାନ୍ତି କି ନାହିଁ ସେ ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ଆଫିଡେଭିଡ୍ କୋର୍ଟରେ ଦାଖଲ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୁଝାମଣା ପରେ ମହିଳା ଜଣକ ଏବେ ପତିଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ପ୍ରତ୍ୟାହାର କରିବା ସହ କୋର୍ଟରୁ ଛାଡ଼ପତ୍ର ଆବେଦନକୁ ଫେରାଇ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking