39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ଭୁବନେଶ୍ୱର: ସିଭିଲ ସର୍ଭିସ ପ୍ରିଲିମିନାରୀ ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ଗଡିବ ସ୍ୱତନ୍ତ୍ର ଟ୍ରେନ୍ । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୩ ଅକ୍ଟୋବରରେ ବିଭିନ୍ନ ସହରରେ ଚାଲିବ ଟ୍ରେନ୍ । ଅକ୍ଟୋବର ୩ ଅପରାହ୍ନ ୪ଟାରେ ବ୍ରହ୍ମପୁର, କେନ୍ଦୁଝରଗଡରୁ ଟ୍ରେନ୍ ଛାଡିବ । ସେହି ଦିନ ଖରିଆର ରୋଡ ଏବଂ ଇଚ୍ଛାପୁରମରୁ ମଧ୍ୟ ଟ୍ରେନ୍ ଛାଡିବ । କୋରାପୁଟରୁ ଭୋର ୫ଟା ଏବଂ ଅନ୍ୟ ଏକ ଟ୍ରେନ ଦିନ ୧ଟାରୁ ଛାଡିବ । ସେହି ଦିନ ସନ୍ଧ୍ୟା ସୁଦ୍ଧା ‘ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ’ରେ ପରୀକ୍ଷାର୍ଥୀମାନେ ପହଞ୍ଚିିପାରିବେ । ୯ଟି ‘ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ୍’ ଚଳାଚଳ ପାଇଁ ଅନୁମତି ଦେଇଛି ରେଳ ମନ୍ତ୍ରାଳୟ ।

ତେବେ ସେହି ୯ଟି ସ୍ୱତନ୍ତ୍ର ଟ୍ରେନ୍ ହେଉଛି, ବ୍ରହ୍ମପୁର-କଟକ ମେମୁ ଓ କେନ୍ଦୁଝର-କଟକ ମେମୁ ଏକଜାମିନେସନ, ଇଚ୍ଛାପୁରମ୍-ବିଶାଖାପଟନମ୍ ମେମୁ, ଖରିଆର ରୋଡ-ସମ୍ବଲପୁର, କୋରାପୁଟ-କଟକ ପାସେଞ୍ଜର, କୋରାପୁଟ-ବିଶାଖାପାଟନମ୍, ରାଉରକେଲା-କଟକ ଭାୟା ଝାରସୁଗୁଡା, ବାରିପଦା-କଟକ ସ୍ପେଶାଲ, ବିଜୟୱାଡା-ବିଶାଖାପଟନମ୍ ଏକଜାମିନେସନ୍ ସ୍ପେଶାଲ ଟ୍ରେନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking