27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଡ୍ରଗ୍ସ ମାମଲାରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ

ଡ୍ରଗ୍ସ ମାମଲାରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଆସୁଛି ଟ୍ୱିଷ୍ଟ । ଏନସିବି ଏବେ ସତ ଓଗାଳିବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁ ଏବେ ବଲିଉଡରେ କାରବାର ଡ୍ରଗ୍ସ ଚେର ପର୍ଯ୍ୟନ୍ତ ଟାଣି ନେଲାଣି । ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲା ନୂଆ ମୋଡ ନେବା ପରେ ବଲିଉଡର ଅନେକ ସେଲିବ୍ରିଟମାନେ ଏବେ ଏନସିବି ରାଡାରକୁ ଆସିଛନ୍ତି । ଟିଭି କଳାକାରଙ୍କଠାରୁ ଆରମ୍ଭ କରି ପ୍ରସିଦ୍ଧ ସିନେମା କଳାକାରମାନଙ୍କର ଏବେ ଗୁମର ଖୋଲିବାରେ ଲାଗିଛି ଏନସିବି । ଏହାରି ମଧ୍ୟରେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷିତିଜଙ୍କୁ ଗିରଫ କରିଛି ଏନସିବି । ରାତିସାରା ଏନସିବି କାର୍ଯ୍ୟାଳୟରେ କ୍ଷିତିଜ ପ୍ରସାଦ ରହିଥିବା ବେଳେ ଆଜି ତାଙ୍କୁ ଜେରା ହୋଇଥିଲା । ତେବେ ଚଢାଉ ବେଳେ କ୍ଷିତିଜଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking