27.1 C
Bhubaneswar
Friday, July 11, 2025
Homeଓଡିଶାତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଓ ସ୍ଥାନ ପରିବର୍ତ୍ତନ

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଓ ସ୍ଥାନ ପରିବର୍ତ୍ତନ

ଜଗତସିଂହପୁର:(ପ୍ରତାପ କୁମାର ସିଂହ) ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୨. ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାଇ ନିର୍ବାଚନ ଆୟୋଗ ଭାରତ ସରକାରଙ୍କ ପତ୍ରସଂଖ୍ୟା – 64/0R/2020-ES-ll ତା ୧୦.୦୯.୨୦୨୦ ରିଖ ଅନୁଯାୟୀ ୧୦୮ ଗୋଟି ସହାୟକ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଏବଂ ୫ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ଅନୁମୋଦନ ଲାଭ କରିଛି। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ପତ୍ରସଂଖ୍ୟା EC-Rev-PROG-0006-2000-3261 ତା ୦୨.୦୯.୨୦୨୦ରିଖ ଅନୁଯାୟୀ ୧୭୯ ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ନାମ ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ନିଜ ଭୋଟ୍ ଗ୍ରହଣ କେନ୍ଦ୍ର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ ଜଗତସିଂହପୁର, ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀ, ସମ୍ପୃକ୍ତ ପଞ୍ଚାୟତ ସମିତି, ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଜଗତସିଂହପୁର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking