27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା

ଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା

ମୁମ୍ବାଇ: ଏନସିବି ଆଗରେ ଶ୍ରଦ୍ଧା କପୁର ଏକ ବଡ ଖୁଲାସା କରିିିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ସହ ପାର୍ଟିକୁ ଯିବା କଥା ସ୍ୱୀକାର କରିିିଛନ୍ତି ଶ୍ରଦ୍ଧା । କିନ୍ତୁ ସମସ୍ତ ପ୍ରକାର ଡ୍ରଗ୍ସ ଲିଙ୍କ ଓ ପାର୍ଟିରେ ଡ୍ରଗ୍ସ ସେବନ ଅଭିଯୋଗକୁ ମଧ୍ଯ ଅସ୍ୱୀକାର କରିଛନ୍ତି ଶ୍ରଦ୍ଧା କପୁର। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଆସୁଛି ଟ୍ୱିଷ୍ଟ । ଏନସିବି ଏବେ ସତ ଓଗାଳିବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁ ଏବେ ବଲିଉଡରେ କାରବାର ଡ୍ରଗ୍ସ ଚେର ପର୍ଯ୍ୟନ୍ତ ଟାଣି ନେଲାଣି । ଅନ୍ୟପଟେ ଏନସିବି ପାଖରେ କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଛନ୍ତି ଦୀପିକା । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବା ପାଇଁ କହିଥିଲେ ମ୍ୟାନେଜର କରିସ୍ମା । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ସାଢେ ୫ ଘଣ୍ଟା ଏନସିବି ପଚରାଉଚୁରା କରିଥିବା ଜଣାପଡିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ମୁହାଁମୁହିଁ ଜେରା କରିଛି । ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଥିବା ନେଇ ମଧ୍ୟ ଦୀପିକା ମାନିଛନ୍ତି । ତେବେ ଏନସିବିକୁ ଦୀପିକା ସନ୍ତୋଷଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ଏନସିବି ସାମ୍ନାରେ ଦୀପିକା ପାଦୁକୋନ ଏହି ବଡ଼ ସ୍ୱୀକାରୋକ୍ତିି କରିଛନ୍ତି । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବା ପାଇଁ କହିଥିଲେ ମ୍ୟାନେଜର କରିସ୍ମା । ପଦ୍ମାବତ ଫିଲ୍ମ ପରେ ମୁମ୍ବାଇ କୋକୋ ରେଷ୍ଟୁରାଣ୍ଟରେ ଡ୍ରଗ୍ସ ପାର୍ଟି ହୋଇଥିବା ନେଇ ସେ ମାନିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking