33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ର ନୂଆ ଟିମ ଘୋଷଣା

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ର ନୂଆ ଟିମ ଘୋଷଣା

ନୂଆଦିଲ୍ଲୀ: ବିଜେପି କାର୍ଯ୍ୟକର୍ତ୍ତା ଘୋଷଣା କରିଛନ୍ତି ସଭାପତି ଜେପି ନଡ୍ଡା । ପୂର୍ବଭଳି ଉପାଧ୍ୟକ୍ଷ ପଦ ବଜାୟ ରଖଛନ୍ତି ବୈଜୟନ୍ତ ପଣ୍ଡା । ତେବେ ନଡ୍ଡାଙ୍କ ଟିମରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ ସିୟାଲ, ଡିକେ ଅରୁଣ, ଏମ ଚୌବା ଏଓ, ଅବଦୁଲ୍ଲା କୁଟ୍ଟୀଙ୍କୁ ଉପାଧ୍ୟକ୍ଷ ବାବେ ଦାୟିତ୍ୱ ଦିଆଯାଇଛି । ଭୂପେନ୍ଦ୍ର ଯାଦବ, ଅରୁଣ ସିଂ, କୌଳାସ ବିଜୟ ବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି ପୁରନ୍ଦେଶ୍ୱରୀ, ସି. ଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ମିଳିଛି । ବି.ଏଲ ସନ୍ତୋଷଙ୍କୁ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ବି.ସତୀଶ, ସୌଦାନ ସିଂ, ଶିବପ୍ରକାଶ ସହସଂଗଠନ ମହାମନ୍ତ୍ରୀ । ସେହିପରି ରାଜେଶ ଅଗ୍ରଓାଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ସୁଧୀର ଗୁପ୍ତାଙ୍କୁ ସହ-କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି । ତେବେ ବବିଜେପି ରାଷ୍ଟ୍ରିୟ ପ୍ରବକ୍ତା ପଦ ବଜାୟ ରଖିଛନ୍ତି ସମ୍ବିତ ପାତ୍ର । ୨୩ ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଛନ୍ତି ଅପରାଜିତା ଷଡଙ୍ଗୀ । ଅନିଲ ବଲୁନି, ସାହାନଓଜ ହୁସେନ, ରାଜୀବ ପ୍ରତାପ ରୁଡ୍ଡୀ ପ୍ରବକ୍ତା । ତେବେ ଜେପି ନଡ୍ଡାଙ୍କ ଟିମରେ ସ୍ଥାନ ପାଇଛନ୍ତି ଓଡିଶାର ୪ ନେତା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ପ୍ରବକ୍ତା ହୋଇଛନ୍ତି ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ । ରାଷ୍ଟ୍ରୀୟ ସଂପାଦକ ହୋଇଛନ୍ତି ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ । ସେହିଭଳି କର୍ଣ୍ଣାଟକର ତେଜସ୍ୱୀ ସୂର୍ଯ୍ୟା ହୋଇଛନ୍ତି ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ । କେ.ଲକ୍ଷ୍‌ମଣ ଓବିସି ମୋର୍ଚ୍ଚା, ରାଜକୁମାର ଚାହର କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ହୋଇଛନ୍ତି । ଲାଲସିଂ ଆର୍ଯ୍ୟ ଏସସି ମୋର୍ଚ୍ଚା ହୋଇଥିବା ବେଳେ ସମୀର ଓରାଓଁ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ହୋଇଛନ୍ତି । ଜମାଲ ସିଦ୍ଦିକ ହୋଇଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଧ୍ୟକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking