32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକ୍ରିସ ମୋରିସ ଆଇପିଏଲର ଦାମିକା ଖେଳାଳୀ

କ୍ରିସ ମୋରିସ ଆଇପିଏଲର ଦାମିକା ଖେଳାଳୀ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ଆଇପିଏଲ ୨୦୨୧ ପାଇଁ ଖେଳାଳୀ ମାନଙ୍କ ନିଲାମି । ଏଥିରେ ସବୁଠାରୁ ଅଧିକ ଦାମରେ ବିକ୍ରୀ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ । ରାଜସ୍ଥାନ ରୟାଲ୍ସ କ୍ରିସ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏହି ଦାମ ହଉଛି ସବୁଠୁ ବେଶୀ । ଆଜି ଯାଏଁ ଏତେ ଦାମ ଦେଇ କେଉଁ ଖେଳାଳୀକୁ କିଣାଯାଇ ନଥିଲା । ପୁର୍ବରୁ ଅଷ୍ଟ୍ରଲିଆର ପେସ ବୋଲର ପ୍ୟାଟ କମିନସଙ୍କୁ କୋଲକାତା ନାଇଟ ରାଇଡର ୧୫ କୋଟି ୫୦ଲକ୍ଷରେ କିଣିଥିଲା । ତେବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ଚଳିତ ବର୍ଷର କ୍ରିସ ମୋରିସ । ଅନ୍ୟପଟେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କୁ ୧୪.୨୫ ଲକ୍ଷରେ କିଣିଛି ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ତେବେ ପୁର୍ବରୁ ମ୍ୟକ୍ସୱେଲଙ୍କୁ ୨ କୋଟିରେ କ୍ରୟ କରାଯାଇଥିଲା ।

ସେହିପରି ଇଂଲଣ୍ଡର ମୋଇନ ଆଲିଲଙ୍କୁ ୭ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍କ ଓ ଭାରତର ଅଲରାଉଣ୍ଡର ଶିବମ ଦୁବେଙ୍କୁ ୪.୪୦ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ ।

ସୂଚନାଯୋଗ୍ୟଯେ ଚଳିତ ବର୍ଷ ଆଇପିଏଲ ନିଲାମିରେ ୨୯୨ ଜଣ ଖେଳାଳୀଙ୍କୁ ତାଲିକା ଭୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୬୨ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking