30.1 C
Bhubaneswar
Monday, May 6, 2024
Homeଓଡିଶାଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର...

ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ଦାବି ନେଇ କଂଗ୍ରେସ ପକ୍ଷରୁ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ

ଭୁବନେଶ୍ୱର : ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ପ୍ରତ୍ୟେକ ମନ୍ଦିରର କାରୁକାର୍ଯ୍ୟ ଓ ଐତିହ୍ୟ
ଅନନ୍ୟ । ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁ ରାଜଧାନୀର ଅଧିଷ୍ଠିତ ଦେବତା । ଓଡ଼ିଆ ଜାତିର ପ୍ରାଣ ଶ୍ରୀଶ୍ରୀ ଜଗନ୍ନାଥ
ମହାପ୍ରଭୁଙ୍କର ନୀତିକାନ୍ତି ସହ ଲିଙ୍ଗରାଜ ମହାପ୍ରଭୁଙ୍କର ନୀତିକାନ୍ତିରେ ସମାନତା ରହିଛି । ଏଠି ଛତିଶା ନିଯୋଗ
ମଧ୍ୟ ରହିଛି । ଏଥି ପାଇଁ ଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି “ ହରି ହର” ।
ଶ୍ରୀକ୍ଷେତ୍ରର ଜଗନ୍ନାଥ ଏବଂ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମହାପ୍ରଭୁଙ୍କ ମଧ୍ୟରେ ଉଭୟ ବିଜେଡି ଓ
ବିଜେପି ଦଳ ପ୍ରଭେଦ ସୃଷ୍ଟି କରୁଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରରୁ ଏନ୍‌.ଏମ୍‌.ଏ ବାଇ-ଲ ପ୍ରତ୍ୟାହାର କରାଯାଇଛି ।
କିନ୍ତୂ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିରରୁ ଏହି ବାଇ-ଲ
ପ୍ରତ୍ୟାହାର କରାଯାଇ ନାହିଁ । ସେଥିପାଇଁ ଆଜି ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟିକା
ପ୍ରାର୍ଥୀ ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ବାଇ-ଲ ପ୍ରତ୍ୟାହାର ଦାବିରେ
ରାଜଭବନ ଠାରେ ଏକ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜଟଣୀ
ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଦାନ କରିଛନ୍ତି । ମହାମହିମ ରାଜ୍ୟପାଳ ଏହି ପ୍ରସଙ୍ଗ ଉପରେ ବିହୀତ
ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି ।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ,
କଂଗ୍ରେସ ନେତା କପିଳ ପଣ୍ଡା, ମନୋରଞ୍ଜନ ବଟୁ, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର,
ପ୍ରକାଶ ମହାନ୍ତି, ବିଷ୍ଣୁ ପ୍ରସାଦ ମୁଦୁଲି, କ୍ଷୀରୋଦ ବେହେରା, ନାବ ବେହେରା ଓ କୈଳାସ ସାହୁ ପ୍ରମୁଖ
ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking