30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗଲୱାନ ସଂଘର୍ଷ ର ଭିଡିଓ ଜାରି କଲା ଚୀନ ଗଣମାଧ୍ୟମ

ଗଲୱାନ ସଂଘର୍ଷ ର ଭିଡିଓ ଜାରି କଲା ଚୀନ ଗଣମାଧ୍ୟମ

ନୂଆଦିଲ୍ଲୀ : ଚାଇନାର ସରକାରୀ ଗଣମାଧ୍ୟମ ଗତ ବର୍ଷ ଗଲୱାନରେ ହୋଇଥିବା ସଂଘର୍ଷର ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଶହ ଶହ ଭାରତୀୟ ଏବଂ ଚୀନ୍ ସୈନିକ ଏହି ଭିଡିଓରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ପରସ୍ପର ସହ ଲଢେଇ କରୁଥିବା ଦେଖିବାକୁ ମିଳିବ । ଗତ ବର୍ଷ ଜୁନ ମାସରେ ଗଲୱାନରେ  ଭାରତ ଏବଂ ଚୀନ୍‌ ସୈନିକ ମୁହାଁମୁହିଁ ହୋଇଥିଲେ ।  ଏହି ସଂଘର୍ଷରେ ଭାରତର ୨୦ ଜଣ ସୈନିକ ପ୍ରାଣ ହରାଇଥିଲେ । ଏହି ସଂଘର୍ଷରେ ଚୀନ୍ ମଧ୍ୟ କ୍ଷତି ସହିଥିଲା । ଚାଇନା ପ୍ରଥମ ଥର ପାଇଁ ଏହା ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି ଯେ ଏହାର ଚାରିଜଣ ଅଧିକାରୀ ଏବଂ ସୈନିକ ଏହି ସଂଘର୍ଷରେ ପ୍ରାଣ ହରାଇଛନ୍ତି । ଚାଇନାର ସେଣ୍ଟ୍ରାଲ୍ ମିଲିଟାରୀ କମିଶନ (ସିଏମସି) ରିପୋର୍ଟ କରିଛି ଯେ କରାକୋରାମ ପାହାଡ ଉପରେ ଅବସ୍ଥାପିତ ସେହି ସେନା ଅଧିକାରୀ ଓ ଯବାନଙ୍କୁ ମନେ ପକାଇଛି , ଯେଉଁମାନେ  ଜୁନ୍ ୨୦୨୦ ରେ ଗଲୱାନ ଭ୍ୟାଲିରେ ସୀମାରେ ଭାରତ ସହ ସଂଘର୍ଷରେ ପ୍ରାଣ ହରାଇଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking