29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆମେରିକୀୟ ସାଂସଦଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚୀନ କ୍ଷୁବ୍ଧ

ଆମେରିକୀୟ ସାଂସଦଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚୀନ କ୍ଷୁବ୍ଧ

ତାଇପେଈ : ଆମେରିକାର ଆଉ ଏକ ସଂସଦୀୟ ଦ​ଳ ତାଇଓ୍ବାନରେ ପହଞ୍ଚିବା ପରେ ଚୀନ ଭୀଷଣ କ୍ଷୁବଧ ହୋଇଛି । ଏହାକୁ ଦର୍ଶାଇବାକୁ ଯାଇ ଚୀନ ପକ୍ଷରୁ ପୁଣି ଥରେ ସମରାଭ୍ୟାସ ଆରମ୍ଭ କରିବା ବିଷୟରେ ଘୋଷଣା କରାଯାଇଛି । ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ରାଜନୈତିକ ନେତାମାନେ ନିଜ ରାଜନୈତିକ ଉଦ୍ଦେଶ୍ୟ ପାଇଁ ପୁଣି ଥରେ ନିଆଁ ସହ ଖେଳୁଛନ୍ତି । ଏଣୁ ଅନ୍ତର୍ଜାତୀୟ ସମୁଦାୟ ଦେଖନ୍ତୁ ଯେ କିଏ ବିବାଦ ସୃଷ୍ଟି କରୁଛି । କିଏ ଜାଣିଶୁଣି ବିଶ୍ବ ଶାନ୍ତିକୁ ବିପନ୍ନ କରୁଛି । ସେମାନଙ୍କ ଏହି କାର୍ଯ୍ୟପାଇଁ ଯେବେହେଲେ ବି ସେମାନଙ୍କୁ ଦଣ୍ଡିତ କରାଯିବ ।

ଗ୍ଲୋବାଲ ଟାଇମ୍ସରେ ଆହୁରି ମଧ୍ୟ କୁହାଯାଇଛି ଯେ ଚୀନ ସେନା (ପିଏଲଏ)ର ପୂର୍ବାଞ୍ଚଳ ଥିଏଟର କମାଣ୍ଡ ପକ୍ଷରୁ ଏକ ବୃହତ୍ ସମରାଭ୍ୟାସ ଆରମ୍ଭ କରାଯିବ। ତାଇଓ୍ବାନ ଉପକୂଳକୁ ଲାଗି ଏହି ବୃହତ ସମରାଭ୍ୟାସ ଉଭୟ ଆକାଶ ଓ ସମୁଦ୍ର ଉପରେ କରାଯିବ । ଆମେରିକୀୟ ସାଂସଦଙ୍କ ଗସ୍ତର ଜବାବ ଦେବାକୁ ଯାଇ ଏହା କରାଯିବ । ସୂଚନାଯୋଗ୍ୟ ଯେ, ରବିବାରଦିନ ସିନେଟର ଏଡ୍ ମାର୍କେଙ୍କ ନେତୃତ୍ବରେ ଏହି ୫ ଜଣିଆ ସଂସଦୀୟ ଦଳ ତାଇପେଈରେ ପହଞ୍ଚି ତାଇଓ୍ବାନର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ତାଇଓ୍ବାନର ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକ ଅବସରରେ ତାଇଓ୍ବାନର ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଦଳ (ଡିପିପି) ସହ ଉକ୍ତ ଆମେରିକୀୟ ସାଂସଦମାନେ ଏକ ବୈଠକ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking