39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶତ୍ରିରଙ୍ଗା ଉଡ଼ାଇବାର ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

ତ୍ରିରଙ୍ଗା ଉଡ଼ାଇବାର ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

ଝାଡ଼ଖଣ୍ଡ :ଆଜି ସାରା ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଝାଡ଼ଖଣ୍ଡରେ ଘଟିଛି ଏକ ଦୁଃଖପୂର୍ଣ୍ଣ ଘଟଣା। ଏଠାରେ ବୋକାରୋ ଜିଲ୍ଲା ମୁଖ୍ୟାଳୟସ୍ଥିତ ପୋଲିସ ଲାଇନ୍‌ ପରିସରରେ ଜାତୀୟ ପତାକା ଉଡ଼ାଇବାର ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଆଖପାଖ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଥିବା ବେଳେ ସ୍ୱାଧୀନତା ଦିବସ ସମାରୋହ ବି ଫିକା ପଡ଼ି ଯାଇଛି। ସୂଚନା ଅନୁଯାୟୀ, ସେକ୍ସର ୧୨ସ୍ଥିତ ପୋଲିସ ମେନ୍ସ ଆସୋସିଏସନ କାର୍ଯ୍ୟାଳୟ ବାହାରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରସ୍ତୁତି ଚାଲିଥିଲା।

ଏହି ସମୟରେ ଜଣେ ସଫେଇ କର୍ମୀ ପତାକା ବାଉଁଶକୁ ଯେତେବେଳେ ଉପରକୁ ଉଠାଇଥିଲେ, ତ ତାହା ଉପର ଦେଇ ଯାଇଥିବା ୧୧,୦୦୦ ଭୋଲ୍ଟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ସଫେଇ କର୍ମୀ ଆଲେକ୍ସଜାଣ୍ଡରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking