34.1 C
Bhubaneswar
Thursday, April 25, 2024
Homeଓଡିଶାକ୍ୱାକ୍‌ଙ୍କ ହାତରେ ବାଜି ଲାଗୁଛି ଜୀବନ, ରକା ପାଇଁ ଔଷଧ ଖାଇ ମହିଳା ଗୁରୁତର

କ୍ୱାକ୍‌ଙ୍କ ହାତରେ ବାଜି ଲାଗୁଛି ଜୀବନ, ରକା ପାଇଁ ଔଷଧ ଖାଇ ମହିଳା ଗୁରୁତର

ପାରାଦୀପ: କ୍ୱାକ୍‌ ଜାଲରେ ପାରାଦୀପର ବସ୍ତିବାସିନ୍ଦା । ଧନ ହାନୀ ସହ ପ୍ରାଣପୀଡା ଭୋଗୁଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଔଷଧ ନଖାଇ କ୍ୱାକ୍‌ ଙ୍କ ଫାଶରେ ପଡି ଦହଗଞ୍ଜ ହେଉଛନ୍ତି । ଅଧାପାଠୁଆଙ୍କୁ ଡାକ୍ତର ଭାବି ନିଜ ଜୀବନକୁ ବିପନ୍ନ କରୁଛନ୍ତି ଲୋକେ । କଲିକତାରୁ ସାର୍ଟିଫିକେଟ କିଣି ଆଣି ମେଡିସିନ ଷ୍ଟୋର କାନ୍ଥରେ ମାରି ମନକୁ ମନ ଡାକ୍ତର ହୋଇଥିବା ଏହି କ୍ୱାକ୍‌ମାନେ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖେଳ । ଖୁଲମଖୁଲା କ୍ୱାକ୍‌ ଚଳାଇଛନ୍ତି ବେଆଇନ ରୋଗୀଦେଖା ଓ ଔଷଧ ବେପାର । ପ୍ରଶାସନର ନା ଅଛି ଧରପଗଡ, ନା ଅଛି ଲଗାମ୍‌ । ପାରାଦୀପର ପଚିଶ ବସ୍ତିରେ ପାଞ୍ଚ ଶହ ଏହିପରି କ୍ୱାକ୍‌ ମିଳିବେ ଯେଉଁମାନେ ଲୋକଙ୍କ ଜୀବନ ସଙ୍ଗେ ଖେଳୁଛନ୍ତି । ଏହାର ଏକ ସ୍ପଷ୍ଟ ଉଦାହରଣ ଷଣ୍ଢକୁଦ ବସ୍ତିରୁ ଆସିଛି ।

ସବିତା ଚୌଧୁରୀ ନାମ୍ନୀ ଜଣେ ମହିଳାଙ୍କ ରକା ପଶିଥିଲା । ବସ୍ତିରେ ଔଷଧ ଦୋକାନ ମେଲିଥିବା ଜଣେ କ୍ୱାକ୍‌ ପାଖରେ ସେ ଚିକିତ୍ସିତ ହୋଇଥିଲେ । ବଟିକା, ଇଞ୍ଜେକ୍ସନ ନେଇ ନେଇ ଶେଷରେ ଗୁରୁତର ହୋଇ ମୂର୍ମୁର୍ଷୁ ଅବସ୍ଥାରେ ରାତି ଗୋଟାଏ ବେଳେ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହେଲେ । ସେପଟେ ସମ୍ପୃକ୍ତ କ୍ୱାକ୍‌ ନିଜର ଔଷଧ ଦୋକାନ ବନ୍ଦ କରି ଆତ୍ମଗୋପନ କରିଛନ୍ତି । ଗୋଟିଏ ପଟେ ଲୋକଙ୍କ ସଚେତନତା ର ଅଭାବ, ଅନ୍ୟପଟେ ପ୍ରଶାସନର ଢିଲାପଣ ସାଙ୍ଗକୁ କ୍ୱାକ୍‌ ମାନେ ନିଜକୁ ଅଭିଜ୍ଞ ଡାକ୍ତର ଭାବେ ବିଜ୍ଞାପିତ କରିବା ପାରାଦୀପ ଭଳି ଅଞ୍ଚଳରେ ଲୋକଙ୍କୁ ମହଙ୍ଗା ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking