29.1 C
Bhubaneswar
Saturday, April 27, 2024
Homeଅପରାଧସିବିଆଇ ଦ୍ୱାରା ଶିଶୁ ଯୌନ ଶୋଷଣ ର‌୍ୟାକେଟର ପର୍ଦାଫାସ

ସିବିଆଇ ଦ୍ୱାରା ଶିଶୁ ଯୌନ ଶୋଷଣ ର‌୍ୟାକେଟର ପର୍ଦାଫାସ

ନୂଆଦିଲ୍ଲୀ : ସିବିଆଇ ଦ୍ୱାରା ଶ୍ରୀନଗର ନିବାସୀ ନିୟାଜ ଅହମ୍ମଦ ମୀରଙ୍କ ବିରୁଦ୍ଧରେ ଭାରତରୁ ଅନଲାଇନ ମାଧ୍ୟମରେ ଶିଶୁ ଯୌନ ଶୋଷଣର ର‌୍ୟାକେଟ ଚଲାଉ ଥିବାର ମାମଲା ରୁଜୁ କରାଯାଇଥିଲା । ଯିଏକି ଅମେରିକାରେ ରହୁଥିବା ଶିଶୁ ମାନଙ୍କୁ ଟାର୍ଗେଟ କରୁଥିଲା । ସିବିଆଇ ନିୟାଜର ଘରୁ ଏକ ଲ୍ୟାପଟପ , ମୋବାଇଲ ସମେତ ଅନ୍ୟ କିଛି ଜିନିଷ ଜବତ କରିଥିଲା । ସବିଆଇ ନିୟାଜକୁ ଗିରଫ କରିଛି । ସିବିଆଇର ସୂଚନା ଅନୂସାରେ ୩୫ ବର୍ଷୀୟ ନିୟାଜ ଆମେରିକାର ଶିଶୁ ମାନଙ୍କ ଅଶ୍ଲୀଳ ଭିଡ଼ିଓ ବନାଇ ତାକୁ ଇଣ୍ଟରନେଟରେ ଅପଲୋଡ଼ କରୁଥିଲା । ସବିଆଇର ପ୍ରବକ୍ତା କହିଛନ୍ତି ଯେ ନିୟାଜ ପଇସା କମାଇବା ପାଇଁ ଏହି ସବୁ ଭିଡ଼ିଓ ଅପଲୋଡ଼ କରୁଥିଲା ଓ ଆମେରିକାରେ ରହୁଥିବା କେତେ ଜଣ ଶିଶୁଙ୍କ ସହ ସିଧାସଳଖ କଥା ମଧ୍ୟ ହେଉଥିଲା । ସୂଚନାମୁତାବକ ନିୟାଜର ପତ୍ନୀ ତମାରା ଆମେରିକାରେ ରୁହନ୍ତି । ନିୟାଜ ଓ ତାଙ୍କ ପତ୍ନୀ ମିଶି ଏହି ଶିଶୁ ଯୌନ ଶୋଷଣରେ ଜଡ଼ିତ ର‌୍ୟାକେଟ ଚଲାଉଥିଲେ । ନିୟାଜ ନିଜ ପତ୍ନୀଙ୍କ ଦ୍ୱାରା ସବୁ କାର୍ଯ୍ୟ କରାଉଥିଲେ । ପତ୍ନୀ ତମାରା ଶିଶୁ ମାନଙ୍କ ଯୌନ ଶୋଷଣ ପରେ ସେମାନଙ୍କ ଫଟୋ ଓ ଭିଡ଼ିଓ ବନାଇ ନିୟାଜ ପାଖକୁ ପଠାଉଥିଲେ । ଯାଞ୍ଚ ଏଜେନ୍ସି ନିୟାଜର ଘର ଠିକଣା ଠାବ କରି ସେଠାରୁ ୩ ଟି ଲ୍ୟାପଟପ , ପେନ ଡ଼୍ରାଇଭ ହାତ ଲେଖା ନୋଟ ଜବତ କରିଥିଲା । ଏହିସବୁ ପ୍ରମାଣକୁ ନିୟାଜ ସହିତ କୋର୍ଟରେ ଦାଖଲ କରାଯିବ । ଏବେ ସିବିଆଇ ନିୟମିତ ଭାବରେ ଯାଞ୍ଚ କରି ସାଇବର ସ୍ପେଶରେ ଶିଶୁ ମାନଙ୍କ ସହ ହେଉଥିବା ଯୌନ ଶୋଷଣର ତଦନ୍ତ ପାଇଁ ଅନ୍ତରାଷ୍ଟ୍ରୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସି ମାନଙ୍କ ସହିତ ସମନ୍ୱୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking