28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶତିନିଦିନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି

ତିନିଦିନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି

ମୁମ୍ବାଇ:ଜଷ୍ଟିସ୍ ରମେଶ ଦେବକୀନନ୍ଦନ ଧାନୁକାଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । ତେବେ ସେ ମାତ୍ର ତିନିଦିନ ପାଇଁ ଏହି ପଦରେ ରହିବେ । କାରଣ ମେ’ ୩୦ ତାରିଖରେ ତାଙ୍କୁ ୬୨ ବର୍ଷ ପୂରିଯିବ ଏବଂ ସେ ଅବସର ଗ୍ରହଣ କରିବେ । ବମ୍ବେ ହାଇକୋର୍ଟର ଶୀର୍ଷ ପଦରେ ଆସୀନ କୌଣସି ବିଚାରପତିଙ୍କ ନିମନ୍ତେ ଏହା ସବୁଠାରୁ ଛୋଟ କାର୍ଯ୍ୟକାଳ ।

ଜଷ୍ଟିସ୍ ଧାନୁକାଙ୍କୁ ୨୦୧୨ ଜାନୁଆରୀ ୨୩ରେ ବମ୍ବେର ହାଇକୋର୍ଟର ଜଜ୍ ଭାବେ ନିଯୁକ୍ତ କରାଯାଇଥିଲା । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପାଙ୍କର ଦତ୍ତା ୨୦୨୨ ଡିସେମ୍ବର ୧୧ରେ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଯୋଗଦେବା ପରେ ତତ୍କାଳୀନ ବରିଷ୍ଠତମ ଜଜ୍ ଜଷ୍ଟିସ୍ ଏସ୍‌ଭି ଗଙ୍ଗାପୁରୱାଲାଙ୍କୁ କାର୍ଯ୍ୟବାହକ ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା । ସୁପ୍ରିମ୍‌କୋର୍ଟ କଲେଜିୟମ୍ ଏପ୍ରିଲ୍ ୧୯ ତାରିଖରେ ଜଷ୍ଟିସ୍ ଧାନୁକାଙ୍କ ନାମ ମୁଖ୍ୟ ବିଚାରପତି ଭାବେ ସୁପାରିସ କରିଥିଲେ । ତେବେ କେନ୍ଦ୍ର ସରକାର ଶୁକ୍ରବାର ଦୁଇଟି ଭିନ୍ନ ନୋଟିଫିକେସନ୍ ଜାରିକରି ଜଷ୍ଟିସ୍ ରମେଶ ଧାନୁକାଙ୍କୁ ବମ୍ବେ ହାଇକୋର୍ଟ ଏବଂ ଜଷ୍ଟିସ୍ ସଞ୍ଜୟ ଭି ଗଙ୍ଗାପୁରୱାଲାଙ୍କୁ ମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking