31.1 C
Bhubaneswar
Friday, May 10, 2024
Homeଓଡିଶାକନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡି ମାଓବାଦୀ

କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡି ମାଓବାଦୀ

ଫୁଲବାଣୀ : କନ୍ଧମାଳ ପୋଲିସ  ନିକଟରେ ଆଜି ଜଣେ ଛତିଶଗଡି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେ ହେଲେ ରାହୁଲ ମୁସାକି ଓରଫ ପିଣ୍ଟୁ (୨୪) । ରାହୁଲଙ୍କ ନିଜ ଘର ଛତିଶଗଡ଼ ସୁକୁମା ଜିଲ୍ଲାର କାନ୍ତା ଥାନା ଅନ୍ତର୍ଗତ ଜେଗ୍ରୁଗୁଣ୍ଡା ପଞ୍ଚାୟତ ତଲତ ଗ୍ରାମ । ରାହୁଲ ୮ମ ଶ୍ରେଣୀ ପଢୁଥିବା ବେଳେ ମାଓବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ୨୦୧୫ ମସିହାରେ ଲାଲ ବାହିନୀର ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ ଯୋଗ ଦେଇଥିଲେ ।

ପରେ ୨୦୧୭ ମସିହାରୁ କେକେବିଏନ ସଂଗଠନର ସଦସ୍ୟ ଭାବେ କନ୍ଧମାଳ ଜିଲ୍ଲାରେ ରହି ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଗତ ବର୍ଷ ମାନଙ୍କରେ ଜିଲ୍ଲାରେ ଘଟିଥିବା ଅନେକ ମାଓବାଦୀ ଘଟଣାରେ ତାଙ୍କର ସଂପୃକ୍ତି ଥିବା ପୋଲିସ ଅନୁମାନ କରୁଛି । ଆଜି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରଓ୍ବ।ଲଙ୍କ ନିକଟରେ ଆତ୍ମସମର୍ପଣ କରିଛି ରାହୁଲ । ମାଓବାଦୀଙ୍କ କାର୍ଯ୍ୟକଳାପକୁ ଜନବିରୋଧୀ ବୋଲି ଆତ୍ମସମର୍ପଣ କରିବା ପରେ କହିଛନ୍ତି ରାହୁଲ ।

ସେମାନେ ବିକାଶକୁ ବିରୋଧ କରିବା ସହିତ ନିଜ ସ୍ବାର୍ଥ ପାଇଁ ନିରୀହ ଆଦିବାସୀ ମାନଙ୍କୁ ବ୍ୟବହାର କରୁଛନ୍ତି । ପୋଲିସ ଇନଫର୍ମର କହି ଅଯଥାରେ ସେମାନଙ୍କୁ ହତ୍ଯା କରାଯାଉଛି । ମାଓ ସଂଗଠନର ଏଭଳି କାର୍ଯ୍ୟ ପ୍ରତି ବିମୁଖ ହୋଇ ସେ ଲାଲବାହିନୀ ତ୍ୟାଗ କରିଥିବା ପ୍ରକାଶ କରିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଓ ମୂଖ୍ୟସ୍ରୋତକୁ ଆସୁଥିବା ମାଓବାଦୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜରେ ଆକର୍ଷିତ ହୋଇ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ସରକାରଙ୍କ ଯୋଜନା ଅନୁଯାୟୀ ତାଙ୍କୁ ଶିକ୍ଷାର ସୁବିଧା ସହ ଘର ଓ ଧନ୍ଦାମୂଳକ ତାଲିମ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି। ମୂଖମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଆହ୍ୱାନ ଅନୁଯାୟୀ ମାଓବାଦୀ ମାନଙ୍କୁ ସମାଜର ମୂଖ୍ୟସ୍ରୋତକୁ ଫେରିଆସିବା ପାଇଁ ପରାମର୍ଶ ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱ।ଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking