30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦେଶରେ ବିଜୁଳି ସଙ୍କଟ ନାହିଁ, ଅଯଥାରେ ଭ୍ରମ ସୃଷ୍ଟି କରାଯାଉଛି : କେନ୍ଦ୍ରମନ୍ତ୍ରୀ

ଦେଶରେ ବିଜୁଳି ସଙ୍କଟ ନାହିଁ, ଅଯଥାରେ ଭ୍ରମ ସୃଷ୍ଟି କରାଯାଉଛି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ‘ଦେଶରେ କୋଇଲା ସଙ୍କଟ ଜାରି ରହିଛି । ଅତିବେଶିରେ ୪ ଦିନ ମଧ୍ୟରେ ସମସ୍ତ ଷ୍ଟକ କୋଇଲା ଶେଷ ହୋଇଯିବ ।’ ଏପରି ଭାବେ ମିଛରେ ଭ୍ରମ ସୃଷ୍ଟି କରାଯାଉଛି । ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଷ୍ଟକ୍ ରହିଛି ବୋଲି ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ । ତେବେ ଏହି ମିଛ ଭ୍ରମ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିସ୍ତାର କରୁଛନ୍ତି ବୋଲି ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ । ସେ କହିଛନ୍ତି ଯେ, ପ୍ରତ୍ୟେକ ଦିନ ବିଭାଗୀୟ ଅଧିକାରୀମାନେ କୋଇଲା ଷ୍ଟକ ଉପରେ ଦୃଷ୍ଟି ରଖୁଛନ୍ତି । ବର୍ତ୍ତମାନ ୪ ଦିନରୁ ଅଧିକ କୋଇଲା ମହଜୁଦ ରହିଛି ।

ପୂର୍ବରୁ ୧୭ ଦିନର ଷ୍ଟକ ରହିଥିବା ବେଳେ ପରେ ତାହା ୪ ଦିନକୁ ଖସି ଆସିଥିଲା । ଆଗକୁ ଏହି ଷ୍ଟକର ମାତ୍ରା ବୃଦ୍ଧି ପାଇବ, ତେଣୁ ଏନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ବିଭିନ୍ନ ରାଜ୍ୟରେ ଯେତିକି ପରିମାଣର ବିଜୁଳି ଜରୁରୀ, ସେତିକି ଉତ୍ପାଦନ କରାଯାଉଛି । ଯଦି କୌଣସି ସ୍ଥାନରେ ବିଜୁଳି ସଙ୍କଟ ଦେଖାଦିଏ, ତେବେ ଜଣାଇଲେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking