32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ !

ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ !

ରାୟପୁର : ମୁଖ୍ୟମନ୍ତ୍ରୀ ଭାବରେ ଭୂପେଶ ବଘେଲଙ୍କୁ ନିଯୁକ୍ତ କରିବା ବେଳେ କଂଗ୍ରେସ ଯେଉଁ ଅଢ଼େଇ ବର୍ଷର ସର୍ତ୍ତ ରଖିଥିଲା ତାହା ଏବେ ପୂରଣ ହୋଇଯାଇଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦରେ ଥିବା ବଘେଲ ଏବେ ସେ ଇସ୍ତଫା ଦେବାର ସମୟ ଆସିଯାଇଛି। ତାଙ୍କ ସ୍ଥାନ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହ ଦେଓ ନେଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଏହାରି ଭିତରେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ। ସେ କହିଛନ୍ତି ଯେ, ଯଦି ଦଳର କେନ୍ଦ୍ରୀୟ ନେତୃତ୍ବ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତେବେ ସେ ପ୍ରସ୍ତୁତ ବୋଲି ମିଡିଆ ଆଗରେ କହିଛନ୍ତି। ଦିଲ୍ଲୀର ୧୦ ଜନପଥରେ ବୈଠକ ପରେ ଏଭଳି ବିବୃତ୍ତି ରଖିଛନ୍ତି। ଯାହାକି ତାଙ୍କ ପଦ ଯିବାର ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି। ବଘେଲ କହିଛନ୍ତି ଯେ, ସେ କେବଳ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଯଦି ଉପରୁ ଆଦେଶ ଆସିବ ଇସ୍ତଫା ଦେବାକୁ ତାହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ୧୦ ଜନପଥରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ନୁହେଁ ବରଂ ତାଙ୍କ ଝିଅ ତଥା ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।

ଦୁଇବର୍ଷ ପୂର୍ବେ ୨୦୧୯ ମସିହାରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଫେରିଥିଲା । ଛତିଶଗଡ଼ରେ ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ଯେଉଁଭଳି ଚିଟପଟାଙ୍ଗ କରାଗଲା, ତାହାର ଦାବିଦାର ଥିଲେ ଭୂପେଶ ଓ ଟିଏସ ସିଂ ଦେଓ । ତେଣୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ଦୁଇ ସର୍ବୋଚ୍ଚ ନେତା ଦାବିଦାର ଥିଲେ । କେହି ଅସନ୍ତୁଷ୍ଟ ନହେବା ଲକ୍ଷ୍ୟ ନେଇ ଅଢ଼େଇ-ଅଢ଼େଇ ବର୍ଷିଆ ଶାସନ ଏହି ଦୁଇ ନେତାଙ୍କ ମଧ୍ୟରେ ଦଳ ବଣ୍ଟନ କରିଥିଲା । ବାଘେଲଙ୍କ ପାଳି ସରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଟିଏସ ସିଂ ଦେଓଙ୍କ ପାଳି ଆସିବ । ତେବେ ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ବାଘେଲଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଏହି ଦାୟିତ୍ୱ ଦିଆଗଲେ ସେ ଖୁସି ହେବେ ବୋଲି ଭୂପେଶ ପ୍ରକାଶ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking