29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଫିଲ୍ମ ‘ଚେହେର’ ପୋଷ୍ଟରରୁ ଗାୟବ ରିୟା ଚକ୍ରବର୍ତ୍ତୀ

ଫିଲ୍ମ ‘ଚେହେର’ ପୋଷ୍ଟରରୁ ଗାୟବ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ କ୍ୟାରିଅର ବୁଡିବାକୁ ବସିଲାଣି ।  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜେଲ ଯିବା ପରେ ଏବେ ତାଙ୍କ କ୍ୟାରିଅରେ ପୂର୍ଣ୍ଣଛେଦ ପଡି ଯାଇଛି। ନିକଟରେ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି ।
ତେବେ ଏହି ପୋଷ୍ଟରକୁ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଇମ୍ରାନ୍ ହାସମୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପୁଣିଥରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚେହେରା ଗାୟବ ହୋଇଯାଇଛି। କେବଳ ସେତିକି ନୁହେଁ ତାଙ୍କ ନା’ ମଧ୍ୟ ପୋଷ୍ଟରରୁ ହଟାଇ ଦିଆଯାଇଛି। ପୋଷ୍ଟରରେ ଇମ୍ରାନ୍ ହାସମୀ ଏବଂ ଅମିତାଭ ବଚ୍ଚନଙ୍କୁ ଆଗରେ ଦେଖିବାକୁ ମିଳିଥିବାବେଳେ ଟିଭି ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୁଜା ମଧ୍ୟ ପଛରେ ନଜର ଆସୁଛନ୍ତି ।
ଦୁଇ ବର୍ଷ ପୂର୍ବେ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚେହରେ’ରେ ରିୟା ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ଏନେଇ ସୂଚନା ଦେଇଥିଲେ। କହିଥିଲେ ସେ ଏହି ଫିଲ୍ମର ଏକ ଅଂଶ ହେବେ । ଏଥିସହିତ ସେ ଟ୍ୱିଟରରେ ସମସ୍ତଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ । କିନ୍ତୁ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଥିଲେ । ତେବେ କୁହାଯାଉଛି ଯେ ରିୟାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking