30.1 C
Bhubaneswar
Wednesday, April 24, 2024
Homeଓଡିଶାଅଭାବ ଅନାଟନର ଅନ୍ଧାରି ଗୁମ୍ପାରେ କଳା ଓ ସଂସ୍କୃତିକୁ ବଂଚାଇ ରଖିଛନ୍ତି ହରିବୋଲ

ଅଭାବ ଅନାଟନର ଅନ୍ଧାରି ଗୁମ୍ପାରେ କଳା ଓ ସଂସ୍କୃତିକୁ ବଂଚାଇ ରଖିଛନ୍ତି ହରିବୋଲ

ରାଉରକେଲା: ନିଜ କୌଳିକ ବୃତିକୁ ବଜାୟ ରଖିବା ସହ ଆଧ୍ୟାତ୍ମିକର ଅମୃତ ଧାରାକୁ ଯଥାଶକ୍ତି ବାଂଟି ଚାଲିଛନ୍ତି ବିଜୟ କୁମାର ବାରିକ । ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳ ପାହାଡ଼ ପାଖ ଶିବ ମନ୍ଦିର ନିକଟରେ ବସବାସ କରନ୍ତି । ଉକ୍ତ ଅଂଚଳରେ ସେ ‘ହରିବୋଲ’ ନାମରେ ବେଶ ପରିଚିତ । କୌଳିକ ବୃତିକୁ ଆଦରି ରାତି ପାହିଲେ ଲୋକଙ୍କ ଚୂଳ, ଦାଢି କାଟିବା ସହ ବିବାହ, ବ୍ରତ, ଯଜ୍ଞ ଆଦି କର୍ମରେ କାମ କରନ୍ତି । ଅର୍ଥ ଅଭାବରୁ ଏଯାଏ ନାହିଁ ତାଙ୍କର ନିଜସ୍ୱ ଦୋକାନ । ସାରନଗରୀ ସ୍ଥିତ ସୁପର ମାର୍କେଟ ଅଂଚଳରେ ଥିବା ଏକ ସେଲୁନରେ କାର୍ଯ୍ୟ କରି ଯାହା ଦୁଇ ପଇସା ମିଳେ, ସେଥିରେ ତାଙ୍କର ତେଲଲୁଣର ସଂସାର ଚଳେ । ଅଭାବ ଅନାଟନର ଅନ୍ଧାରି ଗୁମ୍ପାରେ କଳା ଓ ସଂସ୍କୃତିକୁ ବଂଚାଇ ରଖିବାକୁ ଜାରି ରଖିଛନ୍ତି ପ୍ରୟାସ । ଦୋକାନରେ ଓଳିଏ କାମ କରିବା ସହ, ଆର ଓଳି ତାଙ୍କର ଠାକୁରଙ୍କ ସେବାରେ କଟିଥାଏ ।
ହରିବୋଲ ହେଲେ ଜଣେ ଅଲେଖ ଧର୍ମର ଅନୁଗାମୀ । ନାମ ସଙ୍କିର୍ତନ କରିବାକୁ ଡିବିରି ଆଲୁଅରେ ଖଂଜଣି ଧରି ବସି ରହିଥାନ୍ତି ହରିବୋଲ । କେବଳ ଯେ, ଖଂଜଣି ବାଦନ ନୁହେଁ, ଉତମ ଭାବେ ମୃଦଳ, ଢୋଲକ ଆଦି ନିପୁଣ ଭାବେ ବଜାଇ ପାରନ୍ତି । ନିଜ ଘର ବ୍ୟତିତ ଆଖପାଖ ଅଂଚଳରେ ଥିବା ବିଭିନ୍ନ ଦେବାଳୟ ହେଉକି, କୌଣସି ବ୍ୟକ୍ତିଙ୍କ ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଲେ ହରିବୋଲଙ୍କୁ ଖୋଜା ପଡ଼େ । ଏଥି ନିମନ୍ତେ ଆଜି ଯାଏ କୌଣସି ପାରିଶ୍ରମିକ ଦାବି କରି ନାହାନ୍ତି, ଦାତା ମାନେ ଯାହା ଦିଅନ୍ତି ସେ ଆତ୍ମତୃପ୍ତି ଲାଭ କରନ୍ତି । ତାଙ୍କୁ ଆମ ପ୍ରତିନିଧି ପଚାରିବାରେ ସେ କହିଲେଯେ, ଆମ କଳା, ସଂସ୍କୃତି ବଂଚି ରହୁ, ସେତିକି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା । ଅନେକ ପାରମ୍ପାରିକ ବାଦ୍ୟ ଧିରେ ଧିରେ ଲୋପ ପାଇବାକୁ ବସିଲାଣି, ଆଗାମୀ ଯୁବପିଢୀ କିପରି ସେ ସବୁକୁ ବଜାୟ ରଖିବେ ଏହାକୁ ସବୁବେଳେ ଚିନ୍ତାରେ ରୁହନ୍ତି ବିଜୟ କୁମାର ବାରିକ ଓରଫ ହରିବୋଲ । ଏବେବି ତାଙ୍କ ଘରେ ବିଜୁଳି ଆଲୁଅ ସାତ ସପନ! ଡିବିରି ଆଲୁଅରେ ଗୀତା, ଭାଗବତ ପାଠ କରିବା ଓ ତାହାରି ଭିତରେ କଳାକୁ ବଂଚାଇ ରଖିବା ପ୍ରୟାସ ବାସ୍ତବରେ ପ୍ରଶଂସାଯୋଗ୍ୟ, ଏଥିରେ ଦ୍ୱିମତ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking