26.1 C
Bhubaneswar
Wednesday, May 8, 2024
Homeଓଡିଶା୧୫ମିନିଟ ଅନ୍ଧାର ପାଇଁ ଆହ୍ୱାନ

୧୫ମିନିଟ ଅନ୍ଧାର ପାଇଁ ଆହ୍ୱାନ

ଭୁବନେଶ୍ୱର : ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ଆହ୍ୱାନ କରାଯାଇଛି । ବିଦ୍ୟୁତ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ଆହ୍ୱାନ କରାଯାଇଛି । ଆସନ୍ତା କାଲି ସଂନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ ପର୍ଯ୍ୟନ୍ତ ବିଜୁଳି ନ ଜାଳିବାକୁ ଆହ୍ୱାନ ଦିଆଯାଇଛି ।ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ଥିବା ଜଳ, କୋଇଲା ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି । ତେଣୁ ଆମ ରାଜ୍ୟରେ ସବୁଠାରୁ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା । କିନ୍ତୁ ଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତି ହେଉଛି । ଏହା ଅନ୍ୟାନ୍ୟ କେତେକ ରାଜ୍ୟରେ ବହୁତ କମ୍ କ୍ଷତି । ଏପରିକି ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତ କ୍ଷତି ହେଉଛି । ଓଡ଼ିଶାରେ ବେଶି କ୍ଷତିର କାରଣ ଆମ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା । ସଂସ୍କାର ଆଣିବା ପାଇଁ ବିଶ୍ୱବ୍ୟାଙ୍କ ଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଗଲା । ଅପରାଗତା ପାଇଁ ୩୫ ପ୍ରତିଶତ କ୍ଷତି ହୋଇଛି । ବିଦ୍ୟୁତ ବିତରଣକାରୀ କମ୍ପାନୀ ଗୁଡ଼ିକୁ ଲାଭ ହେବା ପାଇଁ ବିଦ୍ୟୁତ ଦର ବଢ଼ାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking