33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକ୍ୟାନ୍ସରକୁ ହରାଇଲେ ସଂଜୁ ବାବା

କ୍ୟାନ୍ସରକୁ ହରାଇଲେ ସଂଜୁ ବାବା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କର୍କଟ ରୋଗ ସହ ଯୁଦ୍ଧରେ ଜିତିଛନ୍ତି। ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସଞ୍ଜୟ ଦତ୍ତ ଲେଖିଛନ୍ତି ଯେ ଭଗବାନ ମଧ୍ୟ ଶକ୍ତିଶାଳୀ ସୈନିକଙ୍କୁ ଯୁଦ୍ଧ କରିବା ପାଇଁ କଠିନ ଯୁଦ୍ଧ ଦିଅନ୍ତି। ଏଥିସହ ଦତ୍ତ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଦିନରାତି ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ।“ଗତ କିଛି ସପ୍ତାହ ମୋ ଏବଂ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା । କିନ୍ତୁ ଯେପରି କୁହାଯାଏ, ଏକ କଠିନ ଯୁଦ୍ଧ ପାଇଁ ଭଗବାନ କେବଳ ଶକ୍ତିଶାଳୀ ସୈନିକ ବାଛନ୍ତି । ଆଜି, ମୋ ପିଲାମାନଙ୍କ ଜନ୍ମଦିନ ଅବସରରେ, ମୁଁ ଏହି ଯୁଦ୍ଧରେ ଜିତିବା ପରେ ଫେରି ଆସିଛି । ଏହା ପରିବାର ପାଇଁ ସର୍ବୋତ୍ତମ ଉପହାର ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking