30.1 C
Bhubaneswar
Saturday, April 27, 2024
Homeଓଡିଶାଆଜି କେନ୍ଦ୍ରୀୟ ଟିମ୍ ପୁରୀ ଓ ଜଗତସିଂହପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି

ଆଜି କେନ୍ଦ୍ରୀୟ ଟିମ୍ ପୁରୀ ଓ ଜଗତସିଂହପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି

ଭୁବନେଶ୍ୱର: ସୋମବାର ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ କୋଭିଡ୍ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେମାନେ ରାଜ୍ୟ ସରକାରଙ୍କଠାରୁ କୋଭିଡ୍ ସମ୍ପର୍କୀତ ବିଭିନ୍ନ ତଥ୍ୟକୁ ପରଖିଥିବା ଜଣାପଡ଼ିଛି । କାଲକାତା ସ୍ଥିତ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ୍ ହେଲ୍‌ଥର ପ୍ରଫେସର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ରଙ୍କୁ ନେଇ ଗଠିତ ହୋଇଛି ଏହି ଟିମ୍ ।

ଆଜି ପୁରୀ ଓ ଜଗତସିଂହପୁର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଏହି ଟିମ୍ ୭ ଦିନ ରହି ବିଭିନ୍ନ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ସହ ବୈଠକ କରି  ରିପୋର୍ଟ ପ୍ରଦାନ କରିବେ । ଏହି ଟିମ୍ ବିଶେଷ କରି ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ମୟୂରଭଞ୍ଜ ଜିଲ୍ଲା ଫୋକସରେ ରହିଛି ।

ଏହି ଜିଲ୍ଲାଗୁଡ଼ିକରେ କାହିଁକି ସଂକ୍ରମଣ କମୁନାହିଁ ସେ ନେଇ ଅନୁଧ୍ୟାନ କରିବେ । ସେମାନେ କୋଭିଡ୍ ପରିଚାଳନା, ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତାର ତଦାରଖ କରିବେ । ଏହାଛଡ଼ା କୋଭିଡ ଉପଯୁକ୍ତ ବ୍ୟବହାର ଓ ଏହାର ପ୍ରବର୍ତ୍ତନ, ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଉପଯୁକ୍ତ ଲଜିଷ୍ଟିକ୍ସ ଯଥା ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ୍ ଓ କୋଭିଡ୍ ଟିକାକରଣ ଅଗ୍ରଗତିର ତଦାରଖ କରିବେ । ଟିମ୍ କୋଭିଡ୍ ସ୍ଥିତି ତଦାରଖ ସହିତ ପ୍ରତିକାର ପଦକ୍ଷେପ ବାବଦରେ ମଧ୍ୟ ପରାମର୍ଶ ପ୍ରଦାନ ଦେବେ । ବିଭିନ୍ନ ସ୍ଥିତିର ମୂଲ୍ୟାୟନ କରିବେ ।

ଏହାବ୍ୟତୀତ ରାଜ୍ୟରେ ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ସଂକ୍ରାନ୍ତରେ ପ୍ରତିକାର ପଦକ୍ଷେପ ଆଦି ନେଇ ପରାମର୍ଶ ଦେବେ । ଅନ୍ୟପଟରେ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ଯେ ଆମର ଉପକୂଳରେ ବିଳମ୍ବରେ ପିକ୍ ନେଇଥିଲା । ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି। ଉପକୂଳରେ ବି ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଆମେ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ ତାହା ପରେ ସେ କେଉଁଠି କୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ । ରାଜ୍ୟରେ ସଂକ୍ରମଣ କମୁଛି, ଆଗକୁ ଆହୁରି କମିବ । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲାରେ ଧିରେ ଧିରେ କମିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking