31.1 C
Bhubaneswar
Friday, March 29, 2024
Homeଓଡିଶା୩ରଥକୁ ଉଠିଲା କଳସ, ଓଲଟ ଶୁଆ ଓ ଅଁଳା

୩ରଥକୁ ଉଠିଲା କଳସ, ଓଲଟ ଶୁଆ ଓ ଅଁଳା

ପୁରୀ : ଆସନ୍ତା ଜୁଲାଇ ୧୨ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଗୁଣ୍ଡିଚା ଯାତ୍ରା । ୩ରଥରେ ବିରାଜମାନ କରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେଥିପାଇଁ ରଥଖଳାରେ ନିର୍ମାଣ କରାଯାଉଛି ୩ଟି ରଥ । ଆଜି ୩ରଥର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ବେଳେ ରଥରେ କଳସ, ଓଲଟ ଶୁଆ ଓ ଅଁଳା ଖଞ୍ଜାଯାଇଛି । ୩ରଥର ଦକ୍ଷିଣ ଓ ପଶ୍ଚିମ କୋଣରେ ୩ଟି ଲେଖାଏଁ ମଣ୍ଡଣୀ ବତା ପଡ଼ିଛି । ୩ରଥର ୩ପାଶ୍ୱର୍ରେ ୨୭ଟି ଶିଖର ଡ଼ମ୍ବରୁ(ପାଶ୍ୱର୍ଦେବଦେବୀଙ୍କ ଆସ୍ଥାନ) ଫିଟିଂ ହେବା ପରେ ପାଶ୍ୱର୍ଦେବଦେବୀଙ୍କୁ ରଥରେ ଖଞ୍ଜାଯାଇଛି ।

ରୂପକାରମାନଙ୍କ ସୁଦକ୍ଷ ଶିଳ୍ପୀ ହସ୍ତରେ ନିଷ୍ପ୍ରାଣ କାଷ୍ଠରେ ପ୍ରତିମାଗୁଡ଼ିକ ଜୀବନ୍ୟାସ ପାଇବା ଭଳି ପ୍ରତୀତ ହୋଇଛନ୍ତି । ୪୫ଫୁଟ ଉଚ୍ଚତା ୧୪ଟି ଚକ ବିଶିଷ୍ଟ ତାଳଧ୍ୱଜ ରଥରେ ୨୨ଭୁଜ ନୃସିଂହ, ବଳରାମ, ନଟବର ଗଣେଶ, ପ୍ରଳମ୍ବାରୀ ମହାଦେବ, ଅଙ୍ଗଦ, ନାଟାମ୍ବର ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟଭ ଓ ଅନନ୍ତ ବାସୁଦେବଙ୍କୁ ପାଶ୍ୱର୍ଦେବତା ରୂପେ ଖଞ୍ଜାଯାଇଛି । ସେହିଭଳି ଦେବୀ ସୁଭଦ୍ରାଙ୍କ ୪୪ଫୁଟ ୬ଇଞ୍ଚ ଉଚ୍ଚତା ଓ ୧୨ଚକ ବିଶିଷ୍ଟ ଦେବଦଳନ ରଥରେ ପାଶ୍ୱର୍ଦେବୀ ଭାବେ ବିମଳା, ମଙ୍ଗଳା, ବାରାହୀ, ଜୟଦୁର୍ଗା, ବନଦୁର୍ଗା, କାତ୍ର୍ତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରାଙ୍କୁ ଖଞ୍ଜାଯାଇଛି ।

ସେହିଭଳି ୪୫ଫୁଟ ୬ଇଞ୍ଚ ଓ ୧୬ଚକ ବିଶିଷ୍ଟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପାଶ୍ୱର୍ଦେବତା ରୂପେ ସ୍ଥାନିତ ହୋଇଛନ୍ତି ହରିହର, ପଣ୍ଡୁନୃସିଂହ, ଗିରିଗୋବର୍ଦ୍ଧନଧାରୀ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ଓ ରାବଣର ଛତ୍ରଭଙ୍ଗ । ଆଜି ୩ରଥର କନକମୁଣ୍ଡିରେ ଲାଗିବାକୁ ଥିବା ପିତଳ ସଜଗୁଡ଼ିକର ସଫା କାର୍ଯ୍ୟ ଆରମ୍ଭ ହୋଇଛି । ୩ରଥର ଚିତ୍ରକର ସେବକମାନେ ପ୍ରଭାଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗଚିତ୍ର କାର୍ଯ୍ୟର ଶେଷ ସ୍ପର୍ଶ ଦେଇଛନ୍ତି । ୩ରଥର ଘୋଡ଼ାଗୁଡ଼ିକୁ ରଙ୍ଗ କରାଯାଉଛି । ୩ରଥର ଦରଜି ସେବକମାନେ ୩ରଥର ଦୁଆର ବେଢ଼ାଗୁଡ଼ିକର କଟିଂ ପରେ ସେଥିରେ ଜରି ଲେସ ଫିଟିଂ କାମ କରୁଛନ୍ତି ।

ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଚାରହଣା ପାଇଁ ୩ଟି କୁରାଢ଼ି, ସାରଥୀଙ୍କ ପାଇଁ ୧୨ଟି ବାଗିଆ କଣ୍ଟା ନିର୍ମାଣ ସହ କଳସ ଏବଂ ଶୁଆ ଫିଟିଂ ପାଇଁ କଳସ କଣ୍ଟା, ଶୁଆ କଣ୍ଟା, କଳସ ବଳୟ ବାଗିଆ କଣ୍ଟା ଏବଂ ନଦାକଣ୍ଟା ନିର୍ମାଣ ସାରି ୩ରଥର ଭୋଇ ସେବକ ଓ ମହାରଣା ସେବକମାନଙ୍କୁ ଯୋଗାଇଥିଲେ । ଏଥିସହିତ ନନ୍ଦିଘୋଷ ରଥର ବେଦୀ ସିଂହାସନ ୪ପାଶ୍ୱର୍ରେ ଗାଈଗୋଠ ଚିତ୍ର ସହ ନାହାକାରେ ରଙ୍ଗକାର୍ଯ୍ୟ ଶେଷ ହୋଇଅଛି । ଆଜି ୩ରଥ ପାଇଁ ୭୮ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପହି ମହାରଣା, ୧୬ଜଣ କମାର ସେବକ, ତଣେ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ଏବଂ ଜଣେ ସହାୟକଙ୍କୁ ମିଶାଇ ୧୯୭ଜଣ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking