34.1 C
Bhubaneswar
Thursday, April 25, 2024
Homeଓଡିଶାଆଜିଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ଶତ ପ୍ରତିଶତ କର୍ମଚାରୀ

ଆଜିଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ଶତ ପ୍ରତିଶତ କର୍ମଚାରୀ

ଭୁବନେଶ୍ୱର: ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆଜି ଠାରୁ  ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ୍ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ଏହି ନିୟମରେ ହୋଇଛି ପରିବର୍ତ୍ତନ । ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ । ରାଜ୍ୟରେ ଯେତେବେଳେ ଦ୍ୱିତୀୟ ଲହରୀ ବ୍ୟାପକ ହୋଇଥିଲା ସେହି ସମୟରେ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନ ଚାଲିବା ନେଇ ନିଷ୍ପତ୍ତି ନେଇଥିଲେ ଉଚ୍ଚଶିକ୍ଷା ବିଭାଗ । ଗତ ଦେଢ଼ବର୍ଷ ହେବ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଥିବାରୁ ଶିକ୍ଷକ ଏବଂ କର୍ମଚାରୀଙ୍କ କ୍ୟାମ୍ପସ ଆସିବା ଉପରେ କିଛି କଟକଣା ଲାଗୁ କରାଯାଇଥିଲା । ସାମାଜିକ ଦୂରତା ଏବଂ କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପୂର୍ବରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଲାଗି ୩୦% କର୍ମଚାରୀ ଆସିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ବର୍ତ୍ତମାନ ଶତପ୍ରତିଶତ କର୍ମଚାରୀ ଆସିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking