30.1 C
Bhubaneswar
Friday, April 26, 2024
Homeଓଡିଶାଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ

 ପ୍ରସ୍ତାବିତ କେନ୍ଦ୍ର ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ୍ ପ୍ରଦାନ କରିବ
 ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି
 ଓଡିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳରେ ପ୍ରସ୍ତାବିତ କେନ୍ଦ୍ର ଲୋକଙ୍କ ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବ
 କ୍ଷୁଦ୍ର ଶିଳ୍ପର ବିକାଶ କରିବାରେ ସହାୟକ ହେବ ଏହି ତାଲିମ କେନ୍ଦ୍ର
 ଅନୁଗୁଳରେ ପ୍ରସ୍ତାବିତ ସଂପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର – ଅନୁଗୁଳ ଠାରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର(ସିଟିଟିସି)ର ଅନ୍ୟ ଏକ ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ମଙ୍ଗଳବାର ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କ୍ଷୁଦ୍ର ଆଧାରିତ ଶିଳ୍ପ ପାଇଁ ପ୍ରଡକ୍ସନ, ଡିଜାଇନ୍‌, କନ୍ସୁଲଟାନ୍ସି ପ୍ରଦାନ କରିବା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ଟୁଲ୍ ରୁମ୍ ଏବଂ ଟୁଲ୍ ଡିଜାଇନ(ଟିଆର୍‌/ଟିଡି) କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ।ଭୁବନେଶ୍ୱରରେ ଥିବା କେନ୍ଦ୍ର୍ ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର (ସିଟିଟିସି) ଦେଶର ୧୦ତମ ଟିଆର୍‌/ଟିଡି ମଧ୍ୟରେ ଥିବା ବେଳେ ଏହାର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି । ଏହି କେନ୍ଦ୍ର ସ୍ଥାନୀୟ ଅଂଚଳରେ ବୈଷୟିକ ଦକ୍ଷତା ପ୍ରଦାନ କରି ମାନବସମ୍ବଳ ସହ ନିଯୁକ୍ତି ସୃଷ୍ଟି କରୁଛି, ଯାହା କ୍ଷୁଦ୍ର ଶିଳ୍ପର ବିକାଶରେ ସହାୟକ ହୋଇଛି ବୋଲି ଶ୍ରୀ
ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।ଓଡିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳ ଠାରେ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରସ୍ତାବିତ ତାଲିମ କେନ୍ଦ୍ର ସ୍ଥାନୀୟ ଅଂଚଳରେ ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ୍ ଦେବାର ସୁବିଧା ପ୍ରଦାନ କରିବ । ଅନୁଗୁଳ ସହରରେ ଛୋଟବଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ଉଚ୍ଚମାନର ଟୁଲର ଡିଜାଇନ୍‌, ବିନିର୍ମାଣର ବିକାଶ କରିବା ସହ ଅନେକ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଅନୁଗୁଳରେ ଶିଳ୍ପର ବିକାଶ ଏବଂ ସ୍ଥାନୀୟ ଅଂଚଳରେ ମାନବସମ୍ବଳର ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ତଥା ଅନୁଗୁଳରେ ପ୍ରସ୍ତାବିତ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking