29.1 C
Bhubaneswar
Saturday, April 27, 2024
Homeଦଶମ ପରୀକ୍ଷା-୨୦୨୨ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କଲା CBSE: ଏହି ତାରିଖରୁ ହେବ ଦଶମ ୱ ଦ୍ୱାଦଶ...

ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କଲା CBSE: ଏହି ତାରିଖରୁ ହେବ ଦଶମ ୱ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ : ସିବିଏସ୍ଇ ପକ୍ଷରୁ ଘୋଷଣା ହୋଇଛି ପରୀକ୍ଷା ତାରିଖ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ସକାଳ ୧୦.୩୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହା ଗୋଟିଏ ସିଫ୍ଟରେ ଶେଷ ହେବ । ଦଶମ ଶ୍ରେଣୀ ପରୀକ୍ଷା ମେ ୨୪ରେ ଶେଷ ହେବ । ଅନ୍ୟ ପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ୨୬ରୁ ଆରମ୍ଭ ହୋଇ ଜୁନ୍ ୧୫ ଯାଏଁ ଚାଲିବ ।

କୋଭିଡ କାରଣରୁ ଦେଖା ଦେଇଥିବା ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ପରୀକ୍ଷା ମଧ୍ୟରେ ଆବଶ୍ୟକ ଗ୍ୟାପ୍ ରଖାଯାଇଛି । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତିର ଅଧିକ ସମୟ ମିଳିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଦଶମ ଶ୍ରେଣୀର ଡାଟା ସିଟ୍ ପାଇଁ ଏହି ଲିଙ୍କରେhttps://www.cbse.gov.in/cbsenew/documents//ClassX_2022.pdf କ୍ଲିକ୍ କରନ୍ତୁ । ଦ୍ୱାଦଶ ଶ୍ରେଣୀର ଡାଟା ସିଟ୍ ପାଇଁ ଏହି ଲିଙ୍କରେhttps://www.cbse.gov.in/cbsenew/documents//ClassXII_2022.pdf  କ୍ଲିକ୍ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking