31.1 C
Bhubaneswar
Tuesday, May 7, 2024
Homeଦଶମ ପରୀକ୍ଷା-୨୦୨୨ପ୍ରକାଶ ପାଇଲା CBSE Term-1 ପରୀକ୍ଷା ଫଳ

ପ୍ରକାଶ ପାଇଲା CBSE Term-1 ପରୀକ୍ଷା ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କର ରେଜଲ୍ଟ ସେମାନଙ୍କର ସ୍କୁଲମାନଙ୍କରେ ଉପଲବ୍ଧ ହେବ । ଗତ ନଭେମ୍ବର ମାସ ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ସିବିଏସଇ ଟର୍ମ-୧ ପରୀକ୍ଷା ହୋଇଥିଲା । ତେବେ ଟର୍ମ ୨ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ଏକ ଡାଟାବେସ୍ ପ୍ରକାଶ ପାଇଛି । ଟର୍ମ-୧ର ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କୁ ଟର୍ମ ୨ରେ ପରୀକ୍ଷା ଦେବାକୁ ଅନୁମତି ମିଳିବ । ଟର୍ମ ୧ ଓ ଟର୍ମ ୨ ରେଜଲ୍ଟ, ଇଣ୍ଟରନାଲ ଆସେସମେଣ୍ଟ, ପ୍ରାକ୍ଟିକାଲ ସ୍କୋରକୁ ନେଇ ଫାଇନାଲ ସ୍କୋର ଘୋଷଣା କରାଯିବ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଏପ୍ରିଲ ମାସ ୨୬ ତାରିଖରୁ ମେ ୨୪ ପର୍ଯ୍ୟନ୍ତ ଦଶମ ଓ ଏପ୍ରିଲ ୨୬ରୁ ଜୁନ ୧୫ ପର୍ଯ୍ୟନ୍ତ ଦ୍ୱାଦଶ ଟର୍ମ-୨ ପରୀକ୍ଷା ହେବ ବୋଲି ସିବିଏସଇ ପକ୍ଷରୁ ଘୋଷଣା କରାଯାଇଥିଲା । ପରୀକ୍ଷା ଗୋଟିଏ ସିଫ୍ଟରେ ସକାଳ ୧୦.୩୦ରୁ ଆରମ୍ଭ ହେବ । ପରୀକ୍ଷା ସମୟରେ କୋଭିଡ୍ କଟକଣାକୁ ମାନିବାକୁ ସିବିଏସଇ ପକ୍ଷରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking