43.9 C
Bhubaneswar
Friday, April 19, 2024
Homeଦଶମ ପରୀକ୍ଷା-୨୦୨୨ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ଆସିଲା ପରିବର୍ତ୍ତନ, ୮୦%କୁ ବୃଦ୍ଧି ପାଇଲା ସଂକ୍ଷିପ୍ତମୂଳକ ପ୍ରଶ୍ନ

ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ଆସିଲା ପରିବର୍ତ୍ତନ, ୮୦%କୁ ବୃଦ୍ଧି ପାଇଲା ସଂକ୍ଷିପ୍ତମୂଳକ ପ୍ରଶ୍ନ

ନୂଆଦିଲ୍ଲୀ : ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବ। ବର୍ତ୍ତମାନର ପ୍ରଶ୍ନପତ୍ରରେ ସଂକ୍ଷିପ୍ତମୂଳକ ପ୍ରଶ୍ନକୁ ଅଧିକ ଗୁରୁତ୍ବ ଦିଆଯାଇଛି । ୨୦୨୦ ଶିକ୍ଷା ବର୍ଷ ପୂର୍ବରୁ ପ୍ରଶ୍ନପତ୍ରରେ ୬୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଆସୁଥିଲା । କିନ୍ତୁ ଚଳିତ ବର୍ଷ ତାହାକୁ ୮୦%କୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଯୁକ୍ତ୨ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ୮୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ଉତ୍ତର ଦେବେ । ପ୍ରଶ୍ନପତ୍ରରେ ୫୦% ମାର୍କର ମଲଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ଲେଖାଏଁ ମିଳିବ ।

ସେହିପରି ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ପିଲାଙ୍କ ପାଇଁ ଅଧିକ ଅପ୍‌ସନ୍‌(ବିକଳ୍ପ) ରଖାଯିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ମାତ୍ର ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ପ୍ରଶ୍ନଗୁଡ଼ିକର ମୂଲ୍ୟ ୫ ମାର୍କ ଲେଖାଏଁ ରହିବ। ଏଥିରେ ବି ପରୀକ୍ଷାର୍ଥୀଙ୍କୁ ଅଧିକ ବିକଳ୍ପ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଯୁକ୍ତ୨ ଛାତ୍ରଛାତ୍ରୀ ଶହେ ମାର୍କର ହିଁ ପରୀକ୍ଷା ଦେବେ।

ନୂଆ ସିଲାବସ୍‌ ଅଧୀନରେ ଆସୁଥିବା ‌ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅର୍ଥାତ୍‌ ୨୦୧୬ କିମ୍ବା ଏହାପରେ ପଞ୍ଜୀକରଣ ହୋଇଥିବା ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନ ଆସିବ। ପୁରୁଣା ସିଲାବସ୍‌ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀ ଅର୍ଥାତ୍‌ ଯେଉଁମାନେ ୨୦୧୫ କିମ୍ବାା‌ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କ ସିଲାବସ୍‌ ଓ ପ୍ରଶ୍ନପତ୍ର ପୂର୍ବବର୍ଷ ପରି ଅପରିବର୍ତ୍ତିତ ରହିବ। ମାର୍କିଂ ପଦ୍ଧତିରେ କୌଣସି ପରିବର୍ତନ କରାଯାଇ ନାହିଁ । ଅନ୍ୟପକ୍ଷରେ ପରୀକ୍ଷା ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆଜି ରିପୋର୍ଟ ପ୍ରଦାନ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking