28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ହେବ ମାଗଣା ଚିିକିତ୍ସା

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ହେବ ମାଗଣା ଚିିକିତ୍ସା

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିଙ୍କୁ ଏବେ ଚିକିତ୍ସା ପାଇଁ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡିବନି । ଦୁର୍ଘଟଣା ପରେ ନିକଟସ୍ଥ ହସ୍ପିଟାଲରେ ତାଙ୍କର ମାଗଣା ଚିକିତ୍ସା କରାଯିବ । ତେଣିକି ସେ ବଡ ମେଡିକାଲ ହେଉ କିମ୍ବା ନର୍ସିଂ ହୋମ୍ । ନିତିନ ଗଡକରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନିଷ୍ପତ୍ତି ହୋଇଛି । ପରିବହନ ମନ୍ତ୍ରାଳୟ ଯୋଜନା ଅନୁସାରେ, ଜଲଦି ସଡକ ଦୁର୍ଘଟଣାରେ ଆହତଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଦୁର୍ଘଟଣାରୁ ଆରମ୍ଭ କରି ହସ୍ପିଟାଲ ଏବଂ ଅନ୍ୟ ଜାଗାକୁ ସ୍ଥାନାନ୍ତର ଖର୍ଚ୍ଚ ବି ସରକାର ବହନ କରିବେ ।
ଯୋଜନାରେ ବିଦେଶୀ ପର୍ଯ୍ୟଟକ ବି ସାମିଲ
ସଡକ ଦୁର୍ଘଟଣାରେ ମୃତ୍ୟୁ କାହାର ହୋଇଗଲେ ୫ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ରାଶି ବି ଦିଆଯିବ । ଏହି ରାଶି ପରିବାରକୁ ଦିଆଯିବ । ରାଷ୍ଟ୍ରୀୟ କ୍ୟାସଲେସ ଟ୍ରିଟମେଣ୍ଟ ଯୋଜନା, ମନ୍ତ୍ରାଳୟ ରାଷ୍ଟ୍ରୀୟ କ୍ୟାସଲେସ ଟ୍ରିଟମେଣ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ବିଦେଶୀ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀଙ୍କୁ ସାମିଲ କରାଯାଇଛି । ଯୋଜନା ଅନୁସାରେ, ଏକ୍ସପ୍ରେସିଭ, ଗ୍ରୀନ ଫିଲ୍ଡ ଏକ୍ସପ୍ରେସିଭ, ରାଷ୍ଟ୍ରୀୟ ରାଜମାର୍ଗ,ପ୍ରଦେଶ ରାଜମାର୍ଗ, ଜିଲ୍ଲା ତଥା ଅନ୍ୟ ସଡକରେ ହେଉଥିବା ଦୁର୍ଘଟଣା ଏହା ଭିତରେ ସାମିଲ ରହିବ । ଅଧିକାରୀ କହିଛନ୍ତି ଯେ,ଏହାଦ୍ୱାରା ପ୍ରତିବର୍ଷ ସଡକ ଦୁର୍ଘଟଣାର ଶିକାର ହେଉଥିବା ୫.୫ ଲକ୍ଷରୁ ୪.୫ ଲକ୍ଷ ଲୋକେ ଲାଭ ପାଇପାରିବେ ।
ଚିକିତ୍ସା ଖର୍ଚ୍ଚ ଦୁର୍ଘଟଣାଜନିତ ଫଣ୍ଡରୁ ବିନିଯୋଗ କରାଯିବ । ଗାଡି ଗୁଡିକର ବିମା କରାଉଥିବା ଜେନେରାଲ ଇନ୍ୟୁସରାନ୍ସ କମ୍ପାନୀର ଲାଭରୁ ଗୋଟିଏ ଭାଗ କ୍ୟାସଲେସ ଚିକିତ୍ସା ପାଇଁ ଦେବାକୁ ବ୍ୟବସ୍ଥା ହେବ । ଏହାର ଅତିରିକ୍ତ ଗାଡିରୁ ଟ୍ୟାକ୍ସ ସହ ନିଆଯାଉଥିବା ସେସ ର ଏକ ଭାଗ ଏହି ଫଣ୍ଡକୁ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking