31.1 C
Bhubaneswar
Wednesday, May 8, 2024
Homeଓଡିଶାଉତ୍କଳ ସାମ୍ବାଦିକ ସଂଘର ୭୬ତମ ପ୍ରତିଷ୍ଠା ଦିବସ ସମାରୋହ

ଉତ୍କଳ ସାମ୍ବାଦିକ ସଂଘର ୭୬ତମ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର : ଓଡ଼ିଶାକୁ ଏକ ନମ୍ବର ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉତ୍କଳ ସାମ୍ବାଦିକ ସଂଘର ୭୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ଭାବେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱର ଏମ୍‌.ଏଲ୍‌.ଏ. କଲୋନୀ ପରିସରରେ ରାଜ୍ୟ ସଭାପତି ଜୀମୂତ ମଙ୍ଗରାଜଙ୍କ ସଭାପତିତ୍ୱରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅରବିନ୍ଦ ଢାଲି, ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡ଼େଇ, ପ୍ରାକ୍ତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ମିନତୀ ବେହେରା, ପ୍ରାକ୍ତନ ବିଧାୟକ ତଥା ରାଜ୍ୟ ସଂଘ ଉପଦେଷ୍ଟା ପ୍ରଭାତ ବିଶ୍ୱାଳ, ରାଜ୍ୟ ଶିଶୁ ଅଧିକାରର କମିଶନର୍ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ପି.ସି.ସି.ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସି.ପି.ଆଇ ନେତା ବିଜୟ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟର ସାମଗ୍ରୀକ ବିକାଶ ଓ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ହେଲେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଙ୍ଗଠନ ଭାବେ କାର୍ଯ୍ୟ କରି ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମଗ୍ରୀକ ଉତ୍‌ଥାନ ପତନ ସହିତ ସହଭାଗିତା କରୁଥିବା ମତବ୍ୟକ୍ତ କରିଥିଲେ । ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସମାରୋହରେ ବରିଷ୍ଠ ସାମ୍ବାଦିକ ତଥା ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀଙ୍କୁ ଇତ୍ୟବସରରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ନନ୍ଦକିଶୋର ମିଶ୍ର ଓ ବଙ୍କିମଚନ୍ଦ୍ର ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଏକ ମାସ ମଧ୍ୟରେ ରାଜ୍ୟର ୩୦ଟି ଯାକ ସାଙ୍ଗଠନିକ ଜିଲ୍ଲାରେ ସଂଘର କାର୍ଯ୍ୟକାରିଣୀ ବୈଠକ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସଂଘ ଉପସଭାପତି ସୌରଭ ପଟ୍ଟନାୟକ, ନୀଳମଣି ସାହୁ, ଅରୁଣ କୁମାର ଓତା, ବିଶ୍ୱଜିତ୍ ନାୟକ, ଶୁଭେନ୍ଦ୍ର ପଟ୍ଟନାୟକ, ଲଲାଟେନ୍ଦୁ ସେନାପତି, ନିରାକାର ଦଳେଇ, କମଳଲୋଚନ ଦଳେଇ, ସୁକାନ୍ତ କୁମାର ମହାନ୍ତି, ବସନ୍ତ କୁମାର ପଲେଇ, ଜ୍ଞାନେନ୍ଦ୍ର ପଟ୍ଟନାୟକ, ମନ୍ମଥ କୁମାର ମହାରଣା, ଜ୍ଞାନଚାନ୍ଦ ମଲ୍ଲିକଙ୍କ ସହ ରାଜ୍ୟର ୩୦ଟିଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking