31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଦିଲ୍ଲୀର ଅନେକ ସ୍ଥାନରେ ହେଲା ରୁଟ୍ ଡାଇଭର୍ଟ

ଦିଲ୍ଲୀର ଅନେକ ସ୍ଥାନରେ ହେଲା ରୁଟ୍ ଡାଇଭର୍ଟ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୃଷକମାନଙ୍କୁ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଅନୁମତି ମିଳିସାରିଛି । ଏହାକୁ ନେଇ ଦିଲ୍ଲୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କିଛି ବିଶେଷ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିଛି । ୨୬ ଜାନୁଆରୀରେ ହେବାକୁ ଥିବା ଟ୍ରାକ୍ଟର ରାଲି ନେଇ ଟ୍ରାଫିକ ପୁଲିସ ସଜାଗ ହୋଇଛି । ରାଲି କାରଣରୁ ଯାତାୟାତ ପ୍ରଭାବିତ ହେବ । ସେଥିପାଇଁ ଯାତ୍ରୀମାନେ ବିରଳ୍ପ ରାସ୍ତା ବାଛିବାକୁ ସୂଚନା ଦିଆଯାଇଛି । ଏନଏଚ ୪୪ ଜିଟିକେ ରୋଡ ଆଡକୁ ଯିବାକୁ ଥିବା ଟ୍ରାଫିକକୁ ସିନ୍ଧୁ ଶନି ମନ୍ଦିର, ଅଶୋକ ଫାର୍ମ, ଜନ୍ତି ଟାଲ୍‌, ହମିଦପୁର ମାଜରା, ଜିନ୍ଦୋପୁର ମୁଖମେଲପୁର, କାଦୀପୁର, କୁସୁମ କଲୋନୀ, ମୁକରବା ଚୌକ, ଜିଟିରେ ଡିପୋରୁ ଡାଇଭର୍ଟ କରାଯିବ ।
ଅନ୍ୟପଟେ ସେମାନେ ପରେଡ ପୂର୍ବରୁ ଗୃହମନ୍ତ୍ରୀ ଙ୍କ ବାସଭବନରେ ବୈଠକ ଜାରି ରହିଛି । ଉକ୍ତ ବୈଠକରେ ଗୃହମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking