29.1 C
Bhubaneswar
Sunday, May 5, 2024
Homeଓଡିଶାରଥକାଠ ଅନୁକୂଳ ପାଇଁ ବଡ଼ରାଉଳଙ୍କ ପୀଠରେ ପୂଜାର୍ଚନା, ଶ୍ରୀ ଜୀଉଙ୍କ ୩ରଥ ପାଇଁ କାଠ କଟା...

ରଥକାଠ ଅନୁକୂଳ ପାଇଁ ବଡ଼ରାଉଳଙ୍କ ପୀଠରେ ପୂଜାର୍ଚନା, ଶ୍ରୀ ଜୀଉଙ୍କ ୩ରଥ ପାଇଁ କାଠ କଟା ଆରମ୍ଭ

 

ନୟାଗଡ଼ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ର ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ଛାମୁଣ୍ଡିଆ ପଞ୍ଚାୟତର ବଡମୂଳ ଠାରେ ମା ବଡ଼ରାଉଳଦେବିଙ୍କ ପୀଠରେ ମଙ୍ଗଳବାର ପୂର୍ବାହ୍ନ ୧୦ଘଂଟିକା ସମୟରେ ଜଗନ୍ନାଥ ସଂସ୍କୃତିର ପାରମ୍ପରିକ ନୀତି ଅନୁସାରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ରଥକାଠ ପାଇଁ ପୂଜାର୍ଚନା ହୋଇଯାଇଛି l ରଥକାଠ ବରଣ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ବରିଷ୍ଟ ତତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦାର ରବି ଭୋଇ ମଙ୍ଗଳବାର ସଖାଳୁ ବଡରାଉଳ ପୀଠରେ ପହଁଚିଥିଲେ l ଏହି ଚାରି ଜଣିଆଟିମ ମହାପ୍ରଭୁଙ୍କ ଅଗ୍ନ୍ୟାମାଳ, ଖଣ୍ଡୁଆ, ମହାପ୍ରସାଦ, ପତନୀ ଓ ମହାର୍ଦ୍ଧ ଧରି ନୟାଗଡ ବନ ବିଭାଗ ଜରିଆରେ ପହଂଚିବା ପରେ ଭକ୍ତ ସେବକ ଲଳିତ ଦାଶଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳବାସୀ ନମସଂକୀର୍ତ୍ତନ କରି ସେମାନଙ୍କୁ ବଡରାଉଳଙ୍କ ପୀଠକୁ ପାଛୋଟି ନେଇଥିଲେ l ପରମ୍ପରା ଅନୁସାରେ ମା ବଡରାଉଳଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ମାଳ ଓ ମହାର୍ଦ୍ଧକୁ ଭକ୍ତି ସହକାରେ ଅର୍ପଣ କରାଯାଇଥିଲା l ନୀତି ନିୟମ ଅନୁସାରେ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଓ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲିକଙ୍କ ପୌରହିତରେ ବେଦଜ୍ଞ୍ୟ ନୈଷ୍ଟିକ ବ୍ରାହ୍ମଣ ପ୍ରସନ୍ନ କୁମାର ଦାସଙ୍କ ଦ୍ଵାରା ମାଙ୍କପୀଠରେ ହୋମ କାର୍ଯ୍ୟ ସମ୍ପାଦନ କରାଯାଇଥିଲା l ମହାମାରୀ କରୋନାକୁ ଆଖି ଆଗରେ ରଖି ରୀତିନୀତି ଅନୁଯାଇ ଠାକୁରାଣୀଙ୍କ ପୀଠରେ ପୂଜାର୍ଚନା ଓ ହୋମକାର୍ଯ୍ୟ ପରେ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ୍ତ ଅସନ, ଧଉଡ଼ା, ଫାଶୀ ଶିମିଳି କାଠ ଛେଦନ କାର୍ଯ୍ୟ ଆରମ୍ଭ ହେବବୋଲି ନୟାଗଡ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚଡି ସୂଚନା ଦେଇଛନ୍ତି l ଶ୍ରୀ ମନ୍ଦିର ସ୍ମୁତିଲିପି ଓ ରଥ ନିର୍ମାଣ ସଂହିତା ଅନୁଯାଇ ୩ ରଥ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ରଥ ନିମନ୍ତେ ରଥକାଠ ଚି଼ହ୍ନଟ ଓ କାଠ ସଂଗ୍ରହ କାର୍ଯ୍ୟ ନୟାଗଡଜିଲ୍ଲା ଦଶପଲ୍ଲା ଓ ଗଣିଆ ବନାଞ୍ଚଳରୁ ହୋଇଥାଏ l ଚଳିତବର୍ଷ ଜୁଲାଇମାସରେ ହେବାକୁଥିବା ଘୋଷଯାତ୍ରା ରେ ୩ ରଥ ନିମନ୍ତେ ସମୁଦାୟ 865 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ 79 ଖଣ୍ଡ କାଠ ରଥ ଖଳାରେ ଗଛିତ ରହିଛି l ଅବଶିଷ୍ଟ 796 ଖଣ୍ଡ ରଥକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦେବାପାଇଁ ଚଳିତବର୍ଷ ବ୍ୟବସ୍ଥା ରହିଛି l ଶ୍ରୀପଞ୍ଚମୀ ପୂର୍ବରୁ ସମସ୍ତ ରଥକାଠ ରଥଖଳାରେ ପହଂଚିବାର ଵିଧି ଥିବାବେଳେ ଅକ୍ଷୟତୃତୀୟା ଠାରୁ ରଥକାର୍ଯ୍ୟ ଅନୁକୂଳ ହେବବୋଲି ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ସହକାରୀ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସ୍ୱେତେଲିନା ସାହୁ, ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ,ନୟାଗଡ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସ୍ୱାଇଁ, ମହୀପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ପଣ୍ଡା, ସରଣକୂଳ ବାନଚଳ ଅଧିକାରୀ ଅର୍ଚନା ଗମାଙ୍ଗ, ଓଡଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ, ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ଗଣିଆ ବନପାଳ ଶିଶିର କୁମାର ସାହୁ,ଗଣିଆ ବ୍ଲକର ବିଶିଷ୍ଠ ସମାଜସେବୀ ପ୍ରଦୀପ କୁମାର ସାହୁ, ଗଣିଆ ବ୍ଲକ ସରପଞ୍ଚ ସଙ୍ଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା ଓ ବନବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ l ଏହି ଅବସରରେ ଭକ୍ତ ସେବକ ଲଳିତ ଦାସଙ୍କ ନେତୃତ୍ୱରେ ବଡରାଉଳଙ୍କ ପୀଠ ପରିସରରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା lଏହି ସଂକୀର୍ତ୍ତନ ମଣ୍ଡଳୀରେ ବୌଦ୍ଧ ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ସମେତ ବାଇସିପଲ୍ଲୀ ଅଂଚଳର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking