27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗହ୍ୱାଟସଆପ ପ୍ରାଇଭେସି ପଲିସି ନେଇ ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲା ହ୍ୱାଟସଆପ

ହ୍ୱାଟସଆପ ପ୍ରାଇଭେସି ପଲିସି ନେଇ ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲା ହ୍ୱାଟସଆପ

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ୱାଟସଆପର ପ୍ରାଇଭେସି ପିଲିସି ନେଇ ବିବାଦ ବଢିବାରେ ଲାଗିଛି । ମଙ୍ଗଳବାର ହ୍ୱାଟସଆପ ଏନେଇ ସ୍ପଷ୍ଟୀକରଣ ସ୍ୱରୂପ କହିଛି ଯେ, ପଲିସିରେ ଯଦିଓ ପରିବର୍ତନ କରାଯାଇଛି, ମାତ୍ର ଆପଣ ବନ୍ଧୁ ଓ ପରିବାରଙ୍କ ସହ କରିଥିବା ମେସେଜ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଆଜି ପୁଣି ସକାଳେ କିଛି ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ହ୍ୱାଟସଆପ ବିଜ୍ଞାପନ ଦେଇଛି । ଯାହାର ଶୀର୍ଷକ ହେଉଛି, ‘ହ୍ୱାଟସଆପ ସମ୍ମାନ ଓ ଗୋପନୀୟତା ରକ୍ଷା କରେ’ । ଅନ୍ୟପଟେ ସୋସିଆଲ ମିିଡିଆ ଉପଭୋକ୍ତା ଏହି ବିଜ୍ଞାପନକୁ ନେଇ ହ୍ୱାଟସଆପ ଉପରେ ଟାର୍ଗେଟ କରିଛନ୍ତି । ଟ୍ୱିଟରରେ ମଧ୍ୟ ଅନେକ ବ୍ୟବହାରକାରୀ ଖବରକାଗଜର ପ୍ରଥମ ପୃଷ୍ଠାର ଛବି ନେଇ ହ୍ୱାଟସଆପ କୁ ଟାର୍ଗେଟ କରିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଡିଜିଟାଲ ପ୍ଲାଟଫର୍ମ ହ୍ୱାଟସଆପକୁ ପ୍ରାଇଭେସି ପଲିସି ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେବା ପାଇଁ ପ୍ରିଣ୍ଟ ମିଡିଆର ସାହାରା ନେବାକୁ ପଡୁଛି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking