37.1 C
Bhubaneswar
Saturday, May 18, 2024
Homeଓଡିଶାଜୁଆ ଖେଳରେ ଚଢ଼ାଉ ବେଳେ ପୋଲିସ ଉପରକୁ ଆକ୍ରମଣ

ଜୁଆ ଖେଳରେ ଚଢ଼ାଉ ବେଳେ ପୋଲିସ ଉପରକୁ ଆକ୍ରମଣ

 ମାଲକାନଗିରି : ଜିଲ୍ଲାର କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ମାରନପାଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସେହି ଗ୍ରାମରେ ଜୁଆ ଏବଂ କୁଡ଼କୁଡି ଖେଳ ଚାଲିବା ସମୟରେ କୌଣସି ସୂତ୍ରରୁ ଖବର ପାଇ  ଏସଡିପିଓ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଜୁଆଖେଳ ବନ୍ଦ କରିବାକୁ କହିଥିଲେ କିନ୍ତୁ କିଛି ଦୁର୍ବୁତ୍ତ ମାନେ କଥା ନମାନି ଏସଡିପିଓ ଙ୍କ ଉପରକୁ ଆକ୍ରମଣ କରିଥିଲେ l
ଫଳରେ ଏସଡିପିଓ ଙ୍କ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସହ ଜଣେ ପଲିସ ଅଧିକାରୀଙ୍କର ବନ୍ଧୁକ ହଜି ଯାଇଥିଲା |
ତେବେ ଖବର ପାଇ ଘଟଣା ସ୍ଥଳରେ ଅଧିକ ପୋଲିସ ଫୋର୍ସ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ଏବଂ ବହୁତ ଖୋଜାଖୋଜି କରିବା ପରେ ବନ୍ଧୁକଟି ମିଳିଥିଲା |
ତେବେ ଆହତ ପୋଲିସ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ଦୁଇଟି ଜେନେରେଟର ସହ ଗୋଟିଏ ଟ୍ରାକଟର ଜବତ କରିଛି l
ସେହିପରି କିଛି ଦୁର୍ବୁତ୍ତ ମାନଙ୍କୁ ଥାନାରେ ଅଟକରଖି ଅଧିକ ତଦନ୍ତ କରିଥିବା ସହ କେଶ ନମ୍ବର 13/20 ରେ କେସ ରୁଜୁ କରାଯାଇ 16 ଜଣଙ୍କୁ କାଲିମେଳା ପୋଲିସ କୋର୍ଟ ଚାଲାଣ କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking